କରଣ ବିପାଶାଙ୍କ ପାଇଁ ଲେଖିଲେ ରୋମାଣ୍ଟିକ ଗୀତ

19

ଅଭିନେତା କରଣ ସିଂ ଗ୍ରୋଭର ତାଙ୍କ ପତ୍ନୀ ତଥା ବଲିଉଡର ହଟ୍ ଓ ସେକ୍ସି ଅଭିନେତ୍ରୀ ବିପାଶା ବସୁଙ୍କ ପାଇଁ ଏକ ରୋମାଣ୍ଟିକ ଗୀତ ଲେଖିଛନ୍ତି । ଉକ୍ତ ଗୀତର ଟାଇଟଲ ହେଉଛି ‘ରାଇଟ୍ ଏଜ୍ ରେନ୍’ । ଅଭିନେତ୍ରୀ ବିପାଶା ବସୁଙ୍କ ଓ କରଣ ଗ୍ରୋଭର ଏ ବର୍ଷ ୩୦ ଏପ୍ରିଲରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏଇ ଗୀତ ତାଙ୍କ ଭଲପାଇବା ବିଷୟରେ ବୋଲି କହିଛନ୍ତି କରଣ ।

କରଣ ଏହି ରକ୍ ସଙ୍ଗୀତ ତିଆରି ପାଇଁ ବ୍ରିଟିସ ବ୍ୟାଣ୍ଡ୍ ଡାଇନୋସୋରର ସହଯୋଗ ନେବେ ବୋଲି ସୂଚନା ମିଳିଛି । ଏଥିପାଇଁ ସବୁଦିନ ସଙ୍ଗୀତ ଅଭ୍ୟାସ ଜାରି ରଖିଛନ୍ତି କରଣ । ‘ଏଲୋନ୍’ ଅଭିନେତା ତାଙ୍କର ଆଗାମୀ ସିନେମା ‘୩ ଦେବ’ରେ ନଜର ଆସବେ । ଏଇ ସିନେମାରେ କେକେ ମେନନ୍, ଟିସ୍କା ଚୋପ୍ରା ଓ ଟେଲିଭିଜନ ଅଭିନେତା ରବି ଦୁବେ ଆଦି ପ୍ରମୁଖ ଭୂମିକାରେ ନଜର ଆସିବେ ।