‘ପାକିସ୍ତାନୀ କଳାକାରଙ୍କ ସହ ଆଉ କାମ କରିବି ନାହିଁ’ : କରଣ ଜୋହର୍

35

ଦୀର୍ଘ ଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ନିର୍ଦେଶକ କରଣ ଜୋହର । ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍’କୁ ନେଇ ହୋଇଥିବା ବିବାଦ ପରେ କହିଛନ୍ତି, ଆଉ କୌଣସି ପାକିସ୍ତାନୀ କଳାକାରଙ୍କ ସହ କାମ କରିବେ ନାହିଁ । ତେବେ ଏନେଇ କରଣ ଅଫିସିଆଲ୍ ଷ୍ଟେଟମେଂଟ୍ ଦେବା ସହ ଏକ ଭିଡିଓ ମଧ୍ୟ ସେୟାର୍ କରିଛନ୍ତି ।

୨ ମିନିଟର ଏହି ଭିଡିଓରେ ସେ କହିଛନ୍ତି, ଯେ ଫିଲ୍ମ ରିଲିଜ୍ ସମସ୍ୟାକୁ ନେଇ ତାଙ୍କୁ ଯେତିକି କଷ୍ଟ ହୋଇ ନଥିଲା ତାଠାରୁ ବେଶି କଷ୍ଟ ହୋଇଥିଲା ଯେତେବେଳେ କିଛି ଲୋକ ତାଙ୍କ ଦେଶଦ୍ରୋହୀ ବୋଲି କହିଥିଲେ । ଏହା ସହ କହିଛନ୍ତି ମୋ ପାଇଁ ପ୍ରଥମେ ମୋ ଦେଶ ।

ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ’ରେ ପାକିସ୍ତାନୀ କଳାକାର ଅଭିନୟ କରିଥିବାରୁ ଫିଲ୍ମର ରିଲିଜକୁ ନେଇ ଅନିୟମିତତା ଦେଖାଯାଇଥଲା । ଏପରିକି ଫିଲ୍ମ ବ୍ୟାନ୍ ହେବା ମଧ୍ୟ ଅନୁମାନ କରାଯାଉଥିଲା । ଫିଲ୍ମର ଲିଡ୍ ରୋଲରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅନୁଷ୍କା ଶର୍ମା, ରଣବୀର ସିଂ ଓ ଫୱାଦ୍ ଖାନ୍ ଅଛନ୍ତି ।