ସୋସିଆଲ ମିଡ଼ିଆରେ ପୁରୁଣା ବନ୍ଧୁ କାଜୋଲଙ୍କୁ ଫଲୋ କଲେ କରଣ ଜୋହର ! କ’ଣ ପୁଣି ହୋଇପାରେ ବନ୍ଧୁତା

21

କରଣ ଜୋହର ଓ କାଜୋଲଙ୍କ ବହୁତ ବର୍ଷର ବନ୍ଧୁତା ବିଗତ ବର୍ଷ ଭାଙ୍ଗି ଯାଇଥିଲା । ଏବେ ପୁଣି ଥରେ କରଣ ଜୋହର ଫ୍ରେଣ୍ଡସିପ ଡ଼େ ଅବସରରେ କାଜୋଲଙ୍କ ଆଡ଼କୁ ବନ୍ଧୁତାର ହାତ ବଢ଼ାଇଛନ୍ତି । ସେ ଇନଷ୍ଟାଗ୍ରାମରେ କାଜୋଲଙ୍କୁ ଫଲୋ କରିଛନ୍ତି । କରଣ ବିଗତ ବର୍ଷ ନିଜର ଅଟୋବାୟୋଗ୍ରାଫିରେ ଲେଖିଥିଲେ, ତାଙ୍କର ଓ କାଜୋଲଙ୍କ ବହୁ ପୁରୁଣା ବନ୍ଧୁୁତା ଶେଷ ହୋଇଯାଇଛି । କାଜୋଲଙ୍କ ସହ ତାଙ୍କର ବନ୍ଧୁତା ଆଉ ନାହିଁ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଉଭୟଙ୍କ ବହୁତ ବର୍ଷର ସମ୍ପର୍କରେ ଗତ ବର୍ଷ ଭଟ୍ଟା ପଡ଼ିଯାଇଥିଲା । ଏହାର କାରଣ ଥିଲେ କାଜୋଲଙ୍କ ସ୍ୱାମୀ ଅଜୟ ଦେବଗନ । ଅଜୟ ଦେବଗନଙ୍କ ସିନେମା ‘ଶିବାୟ’ ଓ କରଣଙ୍କ ସିନେମା ‘ୟେ ଦିଲ ହେ ମୁସ୍କିଲ’କୁ ନେଇ ଉଭୟଙ୍କ ମଧ୍ୟରେ ମନ୍ତାନ୍ତର ସୃଷ୍ଟି ହୋଇଥିଲା । ଏଥିଯୋଗୁଁ କାଜୋଲ ସ୍ୱାମୀଙ୍କ ପକ୍ଷ ନେଇ କରଣଙ୍କ ସହ ନିଜର ବନ୍ଧୁତା ଭାଙ୍ଗି ଦେଇଥିଲେ ।

କାଜୋଲ ଓ କରଣଙ୍କ ବନ୍ଧୁତା ୧୯୯୫ରେ ‘ଦିଲୱାଲେ ଦୁହ୍ଲନିୟାଁ ଲେ ଯାଏଁଗେñ’ ସିନେମାର ସେଟରେ ହୋଇଥିଲା । କରଣ ସେହି ସିନେମାର ସହ ନିର୍ଦ୍ଦେଶକ ଥିଲେ ଓ କାଜୋଲ ଥିଲେ ମୁଖ୍ୟ ନାୟିକା । ସେମାନଙ୍କ ମଧ୍ୟରେ ବନ୍ଧୁତା ଏତେ ଦୃଢ଼ ହୋଇ ଯାଇଥିଲା ଯେ, କରଣ ଜୋହର ନିଜର ଡେବ୍ୟୁ ସିନେମା ‘କୁଛ କୁଛ ହୋତା ହେ’ ରେ କାଜୋଲଙ୍କୁ କାଷ୍ଟ କରିଥିିଲେ । ଏହାପରେ କାଜୋଲ, କରଣ ଜୋହରଣଙ୍କ ପ୍ରାୟ ସିନେମାରେ ନଜର ଆସିଥିଲେ । ଉଭୟେ ଏକାସଙ୍ଗେ ଅନେକ ପାର୍ଟିରେ ମଧ୍ୟ ନଜର ଆସୁଥିଲେ ।

ଉଭୟଙ୍କ ମଧ୍ୟରେ ବନ୍ଧୁତା ଧୀରେ ଧୀରେ ବଢ଼ିଥିଲା । ଏହାବ୍ୟତୀତ କରଣଙ୍କ ସ୍ୱତନ୍ତ୍ର ଅଫିିସରେ କାଜୋଲ ଘଣ୍ଟା ଘଣ୍ଟା ଧରି ସମୟ ବିତାଉଥିଲେ । ଏବେ ଦେଖିବାକୁ ବାକି ରହିଲା କରଣ ସବୁ ଝଗଡ଼ା ଭୁଲି କାଜୋଲ ଆଡ଼କୁ ଯେଉଁ ବନ୍ଧୁତାର ହାତ ବଢ଼ାଇଛନ୍ତି, କାଜୋଲ ତାକୁ କିପରି ଗ୍ରହଣ କରୁଛନ୍ତି । ତେବେ ଏଥିରୁ ସ୍ପଷ୍ଟ ହେଉଛି କି କରଣ ଜୋହର, କାଜୋଲଙ୍କ ସହ ପୁରୁଣା ଝଗଡ଼ାକୁ ଭୁଲି ଆଗକୁ ବଢ଼ିବା ପାଇଁ ଚାହୁଁଛନ୍ତି ।