ନିଜକୁ ଫିଟ୍ ରଖିବାକୁ ଜଣେ ବଲିଉଡ ସୁପରଷ୍ଟାରଙ୍କୁ ଅନୁସରଣ କରନ୍ତି କରଣ ଜୋହର ! ଜାଣନ୍ତି କି ସେ କିଏ ?

45

ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ଅନୁସରଣ କରିଥାନ୍ତି ଏବଂ କାହାକୁ ମଧ୍ୟ ନିଜର ପ୍ରେରଣା ବୋଲି ଭାବିଥାନ୍ତି । ଏହା ପ୍ରତ୍ୟେକ ସ୍ତରରେ ହୋଇଥାଏ, ସେ ଘର ହେଉ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ । ଠିକ୍ ସେହିଭଳି ଏକ ଉଦାହରଣ ହେଉଛନ୍ତି କରଣ ଜୋହର । ଜଣେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ହେଲେ ମଧ୍ୟ ସେ ବି କାହାକୁ ଅନୁସରଣ କରୁଛନ୍ତି ଏବଂ ତାଙ୍କୁ ନିଜର ପ୍ରେରଣା ବୋଲି ଭାବୁଛନ୍ତି । ବାସ୍ତବରେ ଆଗାମୀ ଧାରାବାହିକ ‘ମେରି ହାନିକାରକ ବିବି’ରେ କରଣ ଜୋହର ଅଖିଳେଶ ପାଣ୍ଡବଙ୍କ ଭୂମିକାରେ ନଜର ଆସିବେ । ତେବେ କରଣଙ୍କ କହିବା ଅନୁସାରେ ସେ ଅମୀର ଖାନଙ୍କୁ ନିଜର ପ୍ରେରଣା ଭାବୁଛନ୍ତି ଏବଂ ତାଙ୍କୁ କିଛିଦିନ ହେବ ଅନୁସରଣ ମଧ୍ୟ କରୁଛନ୍ତି ।

କରଣ ତାଙ୍କର ଆଗାମୀ ଧାରାବାହିକକୁ ନେଇ ଡାଏଟିଂ ଉପରେ କିଛି ନିୟମ ପାଳନ କରୁଛନ୍ତି ଏବଂ ବ୍ୟାୟାମ ମଧ୍ୟ ଜାରି ରଖିଛନ୍ତି । ପ୍ରତିଦିନ ଦିନକୁ ଦୁଇଘଂଟା କାମ କରିବା ବ୍ୟତୀତ ସେ ଏକ ମାସ ହେବ ଲୁଣ ଏବଂ ଚିନିକୁ ବର୍ଜନ କରିଛନ୍ତି । କରଣଙ୍କ ମତରେ ସମର୍ପଣ, ଅନୁଶାସନ ଏବଂ କଠିନ ପରିଶ୍ରମ କରି ସେ ସଫଳତା ହାସଲ କରିପାରିଛନ୍ତି । ଆଉମଧ୍ୟ କୁହନ୍ତିଯେ ଫିଟ୍ ରହିଲେ ସବୁକିଛି କରବା ସମ୍ଭବ ।

କରଣଙ୍କ କହିବା ଅନୁସାରେ ଲଗାତାର ସୁଟିଂ କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ଦୃଢ ଭାବରେ କାମ କଲେ ସଫଳତା ମିଳିଥାଏ । ତେବେ ‘ମେରି ହାନିକାରକ ବିବି’ର ପ୍ରସାରଣ ଏଣ୍ଡଟିଭି ଚ୍ୟାନେଲରେ କରାଯିବ ।