ଯାଆଁଳା ଶିଶୁଙ୍କ ବାପା ହେଲେ କରଣ ଜୋହର ! ସେଥିରୁ ଗୋଟିଏ ଝିଅ ଓ ଅନ୍ୟଟି ପୁଅ  

35

ସିନେନିର୍ମାତା କରଣ ଜୋହର ବିଗତ ଏକ ବର୍ଷ ଧରି ମିଡିଆ ସାମ୍ନାରେ ନିଜା ଇଚ୍ଛା ଜାହିର କରୁଥିଲେ କି ସେ ପିତା ହେବାକୁ ଚାହୁଁଛନ୍ତି । ଶେଷରେ କରଣଙ୍କ ଏହି ଇଚ୍ଛା ପୂରଣ ହୋଇଛି । କରଣ ଜୋହର ଯାଆଁଳା ଶିଶୁଙ୍କ ପିତା ହୋଇଛନ୍ତି । ସେଥିରୁ ଗୋଟିଏ ଝିଅ ଓ ଗୋଟିଏ ପୁଅ । ଟିଓଆଇର ରିପୋର୍ଟ ଅନୁସାରେ କରଣ ବିଗତ ମାସରୁ ଯାଆଁଳା ଶିଶୁଙ୍କ ପିତା ହୋଇଛନ୍ତି । କିନ୍ତୁ ଏକଥା ସେତେବେଳ ସାମ୍ନାକୁ ଆସିଥିଲା ଯେବେ ସେ ଉଭୟଙ୍କ ଜନ୍ମ ପଞ୍ଜୀକରଣ କରାଇଥିଲେ ।

ଗତ ଶୁକ୍ରବାର ଦିନ ଶିଶୁଙ୍କର ଜନ୍ମପଞ୍ଜୀକରଣ କରାଇଛନ୍ତି କରଣ । କିନ୍ତୁ ଉଭୟଙ୍କ ନାମ କ’ଣ ରଖା ଯାଇଛି ଏନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମଳିନାହିିଁ । ଏହି ପିଲାମାନେ ସେରୋଗେସୀ ସାହାଯ୍ୟରେ ଜନ୍ମ ହୋଇଛନ୍ତି ବୋଲି ଜଣାପଡିଛି । କାରଣ ପଞ୍ଜୀକରଣ ସମୟରେ ସେମାନଙ୍କ ମା’ର ନାମ କୁହା ଯାଇନାହିଁ । ଏହି ଯାଆଁଳା ଶିଶୁ ୭ ଫେବୃଆରୀରେ ମୁମ୍ବାଇର ମସରାନୀ ମେଡିକାଲରେ ଜନ୍ମ ନେଇଛନ୍ତି ।