ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ସେୟାର ବଜାରରେ ହାହାକାର୍ ! ମୁହୂର୍ତ୍ତକ ମଧ୍ୟରେ ବୁଡିଗଲା ପାକିସ୍ତାନୀଙ୍କ କୋଟି କୋଟି ଟଙ୍କା

599

ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟସେନାରେ ସୀମା ଆରପାରିରେ ଲୁଚି ବସିଥିବା ଆତଙ୍କବାଦୀଙ୍କ ବିରୋଧରେ ନେଇଥିବା ବଡ କାର୍ଯ୍ୟାନୁଷ୍ଠାନ ପରେ ପରେ ବ୍ୟତିବ୍ୟସ୍ତ ହୋଇପଡିଛି ପାକିସ୍ତାନ । ଏପରିକି କି ପାକିସ୍ତାନର ସ୍ଥିତି ଏବେ ପୂର୍ବପେକ୍ଷା ଆହୁରୀ ଦୁର୍ବିସହ ହୋଇପଡିଛି । ଆଉ ଏହାର ସିଧା ପ୍ରଭାବ ପଡିଛି ପାକିସ୍ତାନର ସେୟାର ମାର୍କେଟ ଉପରେ । ନିବେଶକମାନେ ଟଙ୍କା ନିବେଶ କରିବା ତ ଦୁରର କଥା ବରଂ ଜମା କରିଥିବା ଟଙ୍କାକୁ ବି ବାହାର କରିବା ଆରମ୍ଭ କରିଦେଲେଣି ।  ଭାରତୀୟ ବାୟୁସେନା ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ପରେ ସେୟାର ବଜାରରେ ହଇଚଇ ସୃଷ୍ଟି ହୋଇଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା କରି ଭୟଭୀତ ହୋଇପଡିଛନ୍ତି ନିବେଶକମାନେ । କୌଣସି ରିସ୍କ ଯେପରି ନ ଆସିବ ସେଥିପାଇଁ ନିବେଶ ପାଇଁ ପଛଘୁଞ୍ଚା ଦେଇଛନ୍ତି ।

source : Google

ସୂଚନା ମୁତାବକ, ମଙ୍ଗଳବାର ଭାରତୀୟ ସେୟାର ବଜାରରେ ବଡ ବିପର‌୍ୟ୍ୟୟ । କାରବାର ଆରମ୍ଭରୁ ତଳମୁହାଁ ସେନ୍ସସେକ୍ସ ଓ ନିଫ୍ଟି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ର ୩୦ ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ ୩୪୩.୨୦ପଏଣ୍ଟର ହ୍ରାସ ସହ ୩୫,୮୭୦.୧୮ ରେ ଚାଲିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ୧୦୫.୪୫ ପଏଣ୍ଟ ଖସି ୧୦,୭୭୪.୬୫ ରହିଛି ।

ଏସିଆ ବଜାରରେ ଜାପାନର ନିକ୍କି ୦.୨୦ ପ୍ରତିଶତ , ହଙ୍ଗକଙ୍ଗର ହେଙ୍ଗସେଙ୍ଗ ୦.୪୯ ପ୍ରତିଶତ, ତାଇବାନ ସେୟାର ବଜାର ୦.୧୪ ପ୍ରତିଶତ ଓ ଦକ୍ଷିଣକୋରିଆର କୋସ୍ପୀ ୦.୧୯ ପ୍ରତିଶତ ହ୍ରାସ ସହ କାରବାର ଚାଲିଛି । ଏୟାର ଷ୍ଟ୍ରାଇକରେ ପ୍ରଭାବିତ ସେୟାର ବଜାର । ମଙ୍ଗଳବାର ସକାଳୁ ସେନସେକ୍ସ ୩୫୦ ପଏଣ୍ଟ ଓ ନିଫ୍ଟ ୧୦୫ ପଏଣ୍ଟ ହ୍ରାସରେ କାରବାର ଚାଲିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା କରି ନିବେଶକମାନେ ରିସ୍କ ନେବାକୁ ପଛଘୁଞ୍ଚା ଦେଉଛନ୍ତି ।