୧୦୦କୋଟି କ୍ଲବରେ କପିଲ୍ ଶର୍ମା ! ବଲିଉଡଠାରୁ ଟପି ଗଲା ଟିଭି କଳାକାରଙ୍କ ଆୟ

53

୧୦୦କୋଟି କ୍ଲବରେ ସାମିଲ୍ ହୋଇଛନ୍ତି ଲୋକପ୍ରିୟ କମେଡିଆନ୍ କପିଲ୍ ଶର୍ମା । କପିଲଙ୍କ ଏହି ସଫଳତା କୌଣସି ଫିଲ୍ମ ପାଇଁ ନୁହେଁ ନିଜ ଟିଭି ପ୍ରୋଗ୍ରାମ୍ ‘ଦ କପିଲ୍ ଶର୍ମା ସୋ’ ପାଇଁ ପାଇଛନ୍ତି । ସୋନୀ ଏଣ୍ଟରଟେନମେଂଟ ଚ୍ୟାନେଲ୍ ସୋନି ସହ ବାର୍ଷିକ ୧୧୦କୋଟିର ଚୁକ୍ତି ସ୍ୱାକ୍ଷର କରିବା ପରେ କପିଲ ଶର୍ମା ହୋଇଛନ୍ତି ଏବେ ଦେଶର ସବୁଠାରୁ ବଡ ଟେଲିଭିଜନ ତାରକା ।

ସୋନୀ ସହ ଚୁକ୍ତି ପରେ ସେ ଏବେ ସୋର ପ୍ରତ୍ୟେକ ଏପିସୋଡ ପାଇଁ ୬୦ ରୁ ୮୦ ଲକ୍ଷ ଟଙ୍କା ନେବେ ବୋଲି ଜଣାପଡିଛି । ଏହାସହ ସେ କେବଳ ଯେ ଟେଲିଭିଜନ ଦୁନିଆରେ ତା ନୁହେଁ ବଲିଉଡରେ ମଧ୍ୟ ସବୁଠାରୁ ଅଧିକ ଆୟ କରୁଥିବା ତାରକା ମାନଙ୍କ ମଧ୍ୟରେ ଗଣାହେବେ ।

ଷ୍ଟାଣ୍ଡ୍ ଅପ୍ କମେଡିଆନରୁ କ୍ୟାରିୟର୍ ଆରମ୍ଭ କରିଥିବା କପିଲ୍ ଶର୍ମା ଏବେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି । କଲର୍ସ ଛାଡି ଆସିବା ପରେ କପିଲଙ୍କ ଲୋକପ୍ରିୟତା ସୋନୀ ଚ୍ୟାନେଲ ପାଇଁ ବହୁତ ଲାଭପ୍ରଦ ସାବ୍ୟସ୍ତ୍ୟ ହୋଇଥିଲା । କପିଲଙ୍କ ପାଇଁ ଦର୍ଶକ ସୋନି ଚ୍ୟାନେଲ୍ ଆଡକୁ ଅଧିକ ଆକର୍ଷିତ ହେଉଥିବାର ବୋଲି ଜଣାପଡିଛି ।