ଲୋକପ୍ରିୟତାର ଶୀର୍ଷରେ କପିଲ ଶର୍ମା

38

ହାସ୍ୟ ଅଭିନେତା କପିଲ ଶର୍ମା ଲୋକପ୍ରିୟତା ଦୃଷ୍ଟିରୁ ଆମିର ଖାନ,ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଫୋବର୍ସ ଇଣ୍ଡିଆ ମାଗାଜିନର ୧୦୦ ଲୋକପ୍ରିୟ ସେଲିବ୍ରିଟି ତାଲିକାରେ କପିଲ ଅଛନ୍ତି ସପ୍ତମ ସ୍ଥାନରେ । ଏଇ ତାଲିକାରେ ଗତ ବର୍ଷ କପିଲ ୨୭ ନଂ ସ୍ଥାନରେ ଥିଲେ ।

କେବଳ ଏତିକି ନୁହଁ ଆୟ ତୁଳନାରେ ମଧ୍ୟ କପିଲ ଶର୍ମା ଆମୀର ଖାନ ,ରଣବୀର ସିଂ ଓ ଏ ଆର ରେହେମାନଙ୍କ ଠାରୁ ଆଗରେ ଅଛନ୍ତି । ଗତ ବର୍ଷ ସେ ୫୧ ତମ ସ୍ଥାନରେ ଥିବା ବେଳେ ଏବେ ସେ ୧୧ ନଂ ସ୍ଥାନରେ ଅଛନ୍ତି କପିଲ ଶର୍ମା ।
ବର୍ଷ ଆରମ୍ଭରେ କପିଲ କଲର୍ସ ଚ୍ୟାନେଲ ସହ ମନାନ୍ତର ଯୋଗୁଁ ‘କମେଡି ନାଇଟ ଉଇଥ କପିଲ’ ସୋ ଛାଡି ଦେଇଥିଲେ । ୪ ମାସ ପରେ ପୁଣି ଥରେ ସେ ସୋନୀ ଟିଭିରେ ‘ଦ କପଲ ଶର୍ମା’ ସୋ ଆରମ୍ଭ କରିଥିଲେ । ତାଙ୍କର ସୋର ଟିଆରପି ଏତେ ବଢି ଯାଇଛି ଯେ ଜଣାପଡୁଛି ଲୋକ ତାଙ୍କୁ କେତେ ପସନ୍ଦ କରୁଛନ୍ତି ।