ବେଙ୍ଗାଲୁରୁରେ ଚିକିତ୍ସିତ ହେଉଛନ୍ତି କମେଡ଼ି କିଙ୍ଗ୍ କପିଲ ଶର୍ମା ! କହିଲେ, ପୁଣି ଆରମ୍ଭ ହେବ ‘ଦ କପିଲ ଶର୍ମା ସୋ’

39

କମେଡ଼ି କିଙ୍ଗ୍ କପିଲ ଶର୍ମା, ଜଣେ ଷ୍ଟାଣ୍ଡଅପ୍ କମେଡ଼ିଆନ ଭାବେ ପେଶାଦାର ଜୀବନ ଆରମ୍ଭ କରିଥିଲେ । ପରେ ସେ ‘ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫଟର ଚ୍ୟାଲେଞ୍ଜ’ ଜିତିଥିଲେ । ଏହାପରେ ନିଜର କମେଡ଼ି ସୋ’ ଆରମ୍ଭ କରିଥିଲେ ଓ ଖୁବ ସଫଳତା ମଧ୍ୟ ହାସଲ କରିଥିଲେ । ଅତି କମ ଦିନରେ କପିଲ ବେଶ ଜଣାଶୁଣା ନାମ ହୋଇଗଲେ । ସମସ୍ତେ ତାଙ୍କ କମେଡ଼ି ସୋ’ ଉପଭୋଗ କରୁଥିଲେ । ପିଲା ଠାରୁ ବୁଢ଼ା ଯାଏଁ ତାଙ୍କୁ ଓ ସୋ’ କୁ ପସନ୍ଦ କରୁଥିଲେkapil-sunil- । ଧୀରେ ଧୀରେ ତାଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଲା । ସବୁକିଛି ଠିକଠାକ୍ ଚାଲିଥିଲା । କିନ୍ତୁ ଅଚାନକ ସବୁ ଓଲଟ ପାଲଟ ହୋଇଗଲା । ମଝି ଆକାଶରେ ନିଜ ସହ କଳାକାର ସୁନୀଲ ଗ୍ରୋହରଙ୍କ ସହ କପିଲ ଶର୍ମାଙ୍କ ଝଗଡ଼ା, କପିଲଙ୍କ ପାଇଁ ଶନିଦଶା ପାଲଟି ଗଲା । ସୁନୀଲ ଓ କପିଲ ଜଣେ ଜଣଙ୍କ ଉପରେ ଏନେଇ ଅନେକ ଆରୋପ ପ୍ରତ୍ୟାରୋପ ଲଗାଇଲେ । ଧୀରେ ଧୀରେ ଅନ୍ୟ କଳାକାର ମାନେ ମଧ୍ୟ ଜଣେ ପରେ ଜଣେ କପିଲଙ୍କ ସୋ’ ଛାଡ଼ିବାରେ ଲାଗିଲେ ।

kapilଗୋଟିଏ ପଟେ କପିଲଙ୍କ ସୋରୁ କଳାକାର ଯିବାରେ ଲାଗିଲେ ଓ ଅନ୍ୟପଟେ ସୋର ଟିଆରପି ଖସିବାରେ ଲାଗିଲା । ଏନେଇ ସବୁବେଳେ ଖବର ମଧ୍ୟ ଆସୁଥିଲା । ସେପଟେ ଖବର ଆସୁଥିଲା କପିଲ ବଲିଉଡ଼୍ ସେଲିବ୍ରିଟିଙ୍କୁ ସୋ’କୁ ଡକାଇ ତାଙ୍କୁ ଘଂଟା ଘଂଟା ଧରି ଅପେକ୍ଷା କରାଉଛନ୍ତି । ଶାହାରୁଖ ଖାନ, ଅଜୟ ଦେବଗନ୍ ଓ ଅନୀଲ କପୁର ସମେତ ଅନେକ ସେଲଇିବ୍ରିଟଇ ତାଙ୍କୁ ସୋ’କୁଆସି ଅପେକ୍ଷା କରି କରି ଚାଲିଗଲେ । ଶେଷର ସୋନୀ ଚ୍ୟାନେଲ ଓ କପିଲ ଆପୋଷ ବୁଝାମଣା କରି ନିଷ୍ପତ୍ତି ନେଇଥିଲେ କିଛି ସମୟ ପାଇଁ ସୋର ପ୍ରସାରଣ ବନ୍ଦ ରହୁ । ପରେ ବଡ଼ ସ୍ତରରେ ପୁଣି ଥରେ ଏହି ସୋ’କୁ ପ୍ରସାରିତ କରାଯିବ । କପିଲଙ୍କ ସୋ ବନ୍ଦ ହେବ , କପିଲଙ୍କୁ ଚ୍ୟାନେଲ ବାହାର କରିଦେଲା , କପିଲ ଡ୍ରାମା କରୁଛନ୍ତି, ଏପରି ଅନେକ ଖବର ଆସିଲା ।

ଶାହାରୁଖ୍ ଖାନ୍ ଓ ଅନୁଷ୍କା ଶର୍ମା ‘ଜବ ହ୍ୟାରୀ ମେଟ୍ ସେଜଲ’ ସିନେମା ପ୍ରମଶୋନ ପାଇଁ କପିଲଙ୍କ ସୋ’କୁkapil sharma ଯାଇଥିଲେ । କିନ୍ତୁ କପିଲ ସେଟରେ ବେହୋସ ହୋଇ ଖସିପଡ଼ିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଲଗାତାର ଖରାପ ହେଉଛି ବୋଲି ମଧ୍ୟ ଖବର ଆସିବାରେ ଲାଗିଲା । କୁହାଯାଉଥିଲା ଅତ୍ୟଧିକ ମଦ୍ୟପାନ ଯୋଗୁଁ କପିଲଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଘଟୁଛି । ଏବେ କପିଲ ବେଙ୍ଗାଲୁରୁରେ ରହି ଆୟୁର୍ବେଦିକ ଚିକିତ୍ସା କରାଉଛନ୍ତି । ସେ କହିଛନ୍ତି, ବିଗତ ଦଶ ବର୍ଷ ଧରି ବିନା ବିଶ୍ରାମରେ ମୁଁ ଲଗାତାର କାମ କରୁଛି । ଏବେ ମୋର ରକ୍ତଚାପ, ସୁଗାର ଓ ଖରାପ ଖାଦ୍ୟଶୃଙ୍ଖଳକୁ ଠିକ କରିବା ଲାଗି ଚିକିତ୍ସା ବହୁତ ଜରୁରୀ । ତେଣୁ କିଛି ଅଧିକ ଅସୁବିଧା ହେବା ପୂର୍ବରୁ ମୁଁ ବିଶ୍ରାମ ନେବା ପାଇଁ ନିଷ୍ପତ୍ତି ନେଲି । ଏବେ ପଯ୍ୟନ୍ତ ମୁଁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରୁଥିଲି କିନ୍ତୁ ଏବେ ଆଉ ନୁହଁ ।

kapil-sharmaଶାହାରୁଖ ଖାନଙ୍କ ସମେତ ଅନ୍ୟ ବଲିଉଡ଼ ତାରକା ମାନଙ୍କୁ ଅପେକ୍ଷା କରାଇବା ନେଇ ପ୍ରଶ୍ନ ପଚାରିବା ପରେ , କପିଲ କହିଥିଲେ ସେ ନିଜ ସିନେମା ‘ଫିରଙ୍ଗୀ’ର ସୁଟିଂରେ ବ୍ୟସ୍ତ ଥିବା ଯୋଗୁଁ ସେଟକୁ ଆସି ପାରୁନଥିିଲେ । ସେ କହିଛନ୍ତି, ‘ଫିରଙ୍ଗୀ’ର ସୁଟିଂ ମାର୍ଚ୍ଚ ଶେଷ ସୁଦ୍ଧା ହୋଇସାରିଥିଲା । କିନ୍ତୁ ଏକ ପ୍ରମୋଶନ ଭିଡ଼ିଓର ଗୀତକୁ ସୁଟିଂ କାମ ବାକି ଥିଲା । ମୁଁ ଏହି ସିନେମା ପାଇଁ ନିଜର ପରିବଶ୍ରମର ଟଙ୍କା ଖର୍ଚ୍ଚ କରୁଥିଲି, ଏନେଇ ସେ ଭଲରେ ପ୍ରମୋସନ୍ କରିବା ପାଇଁ ଚାହୁଁଥିଲି । ମୁଁ ଟିଭି ସୋ ଓ ସିନେ ଇଭେଂଟ ହୋଷ୍ଟ କରି ଟଙ୍କା ଆୟ କରୁଥିଲି । ମୁଁ ଏତେ ନିର୍ବୋଧ ନୁହେଁ ଯେ ଶାହାରୁଖ୍ ଖାନଙ୍କୁ ଅପେକ୍ଷା କରାଇ ନିଜ ପେଟରେ ହିଁ ଲାତ ମାରିବି । ଯେଉଁମାନେ ମୋତେ ଗର୍ବୀ କହୁଛନ୍ତି, ସେମାନେ ଜାଣି ନାହାନ୍ତି ମୋର ଓ ଶାହାରୁଖ ଭାଇଙ୍କ ସମ୍ପର୍କ । ମୁଁ ତାଙ୍କୁ ବହୁତ ଭଲ ପାଇବା ସହ ତାଙ୍କର ଅନେକ ସମ୍ମାନ କରେ । ମୁଁ ସେଟରେ କାହାକୁ ଅପେକ୍ଷା କରାଇ ନାହିଁ । ସତ କଥାହେଲା ମୋ ସ୍ୱାସ୍ଥ୍ୟବସ୍ଥା ବିଲକୁଲ ଭଲ ନଥିଲା ତେଣୁ ମୁଁ ସେଟରେ ଉପସ୍ଥିତ ରହିପାରୁ ନଥିଲି ।

ଏହା ବ୍ୟତୀତ କପିଲ କହିଛନ୍ତି, ସୋନୀ ଚ୍ୟାନେଲ ସହ ମୋ ସମ୍ପର୍କ ଖୁବ ମଧୁର । ମୋ ଏପରି ଖରାପ ସମୟରେ ଚ୍ୟାନେଲ ମୋ ହାତ ଛାଡ଼ିନି । ସୋନୀ ଟିମ ସହ ମୋର ବହୁତ ଭଲ ସମ୍ପର୍କ ଅନ୍ୟ କୌଣସିି ଚ୍ୟାନେଲ ହୋଇଥିଲେ ସୋ’ ଜାରି ରଖିବା ପାଇଁ ମୋ ଉପରେ ଚାପ ପକାଇ ଥାଆନ୍ତେ । କିନ୍ତୁ ସୋନୀର ବସ ମୋତେ ଏନେଇ କେବେ କିଛି ଚାପ ଦେଇନାହାନ୍ତି । ମୁଁ ଆଉ କୌଣସି ଏପିସୋଡ଼ ବନ୍ଦ କରିବା ପାଇଁ ଚାହୁଁ ନଥିଲି । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ନିଜର ସିନେମାର ପ୍ରମୋସନ କରିବେ କପିଲ ଶର୍ମା । ଆଉ ତା’ପରେ ଫୁଲ ଦମରେ ସୋ’କୁ ଫେରିବିି ବୋଲି ଚ୍ୟାନେଲକୁ ଅନୁରୋଧ କରିଛନ୍ତି କପିଲ ବୋଲି ସୂଚନା ମିଳିଛି ।