ଆରମ୍ଭ ହେଲା କପିଲ ଶର୍ମାଙ୍କ ନୂଆ ସୋ’, ନାନୀଙ୍କୁ ଝୁରିଲେ କମେଡ଼ି କିଙ୍ଗ୍ ! ଟ୍ୱିଟରରେ ଭାବୁକ ହେଲେ

96

କପିଲ ଶର୍ମାଙ୍କ ନୂଆ ସୋ’ ‘ଫ୍ୟାମିଲୀ ଟାଇମ ୱିଥ କପିଲ ଶର୍ମା’ର ଶୁଭାରମ୍ଭ ହୋଇସାରିଛି । ନିକଟରେ ଟ୍ୱିଟରରେ ତାଙ୍କ ପୁରୁଣା ଟିମର ସଦସ୍ୟ ଅଲ୍ଲୀ ଅସଗର କପିଲଙ୍କୁ ଟ୍ୱିଟ କରି ନୂଆ ସୋ’’ ଆରମ୍ଭର ଶୁଭେଚ୍ଛା ଜଣାଇଥିଲେ । ଅଲ୍ଲୀଙ୍କ ଟ୍ୱିଟ ପଢି କପିଲ ଭାବୁକ ହେବା ସହ ପ୍ରତ୍ୟୁତ୍ତର ଏମିତି କିଛି ଲେଖିଲେ ଯାହାକୁ ଦେଖି ଆପଣ ମଧ୍ୟ ଭାବୁକ ହୋଇ ଉଠିବେ ।

kapil sharma

ଅଲ୍ଲୀ ଟ୍ୱିଟରରେ କପିଲଙ୍କୁ ଲେଖିଲେ “ମନୋରଞ୍ଜନ ପୁଣିଥରେ ଫେରିଆସିଛି । ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା କପିଲ, ପରିବାର ସହ ସମସ୍ତଙ୍କୁ ମନୋରଞ୍ଜନ କର ।” ଏହି ଟ୍ୱିଟରେ କପିଲ ଉତ୍ତର ଦେବାକୁ ଯାଇ କହିଥିଲେ, “ଧନ୍ୟବାଦ ଅଲ୍ଲୀ ଭାଇ, ମୁଁ ଆମ ପୁରୁଣା ଟିମକୁ ବହୁତ ମିସ କରୁଛି । ଏହା ସେହି ସ୍ଥାନ ଯେଉଁଠି ଆମେ ସବୁ କମେଡି ନାଇଟସ ପାଇଁ ସୁଟିଂ କରୁଥିଲେ । ଖାଲି ମୁଁ ଜାଣିଛି ଆପଣମାନଙ୍କ ବିନା ମୁଁ କେମିତି ଏଠାରେ ସୁଟିଂ କରୁଛି ।

ସୂଚନାଯୋଗ୍ୟ ଗତବର୍ଷ ଟିମ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଟିମ ସଦସ୍ୟ ଏବଂ କପିଲଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥିଲା । ଏହା ପରେ ଶୋ’ରେ କାମ କରୁଥିବା ଚନ୍ଦନ, ସୁନୀଲ ଏବଂ ଅଲ୍ଲୀ ଶୋ’ ଛାଡି ଦେଇଥିଲେ । କିନ୍ତୁ କିଛି ସମୟ ପରେ ଚନ୍ଦନ ଶୋ’କୁ ଫେରିଆସିଥିବା ବେଳେ ଅଲ୍ଲୀ ଙ୍କ ଶୋ’କୁ ଚାଲିଯାଇଥିଲେ । କପିଲ ନିଜ ପିଲ୍ମ ଫିରଙ୍ଗୀର ପ୍ରମୋଶନ କରିବା ସମୟରେ କହିଥିଲେ ତାଙ୍କ ଦ୍ୱାରା ବହୁତ ବଡ ଭୁଲ ହୋଇଗଲା ଯାହାର ପଶ୍ଚାତାପ ତାଙ୍କୁ ଜୀବନସାରା ରହିବ ।