ଅନେକ ଦିନ ପରେ ସାମ୍ନାକୁ ଆସିଲେ କମେଡ଼ି କିଙ୍ଗ୍ ! ପରିବର୍ତ୍ତିତ ଚେହେରା ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

44

ଅନେକ ଦିନ ବ୍ୟବଧାନ ପରେ କମେଡ଼ି କିଙ୍ଗ କପିଲ ଶର୍ମାଙ୍କୁ ଦେଖିବା ପାଇଁ ମିିଳିଛି ମୁମ୍ବାଇ ଏୟାରପୋର୍ଟରେ । ତେବେ ତାଙ୍କୁ ଏବେ ଦେଖିଲେ ଚିହ୍ନିବା ମୁସ୍କିଲ ହୋଇଯାଇଛି । କପିଲ ଶର୍ମା ଗତ ମଙ୍ଗଳବାର ଦିନ ତାଙ୍କର ଏକ ପୋଷା କୁକୁର ସହ ଏୟାରପୋର୍ଟରେ ନଜର ଆସିଥିଲେ । ସବୁବେଳେ ସୋସିଆଲ ମିଡ଼ିଆରେ ସକ୍ରିୟ ରହୁଥିବା କପିଲ ଶର୍ମା ଅନେକ ଦିନ ଧରି ନିଜକୁ ସୋସିଆଲ ମିଡ଼ିଆରୁ ଦୂରେଇ ରଖୁଛନ୍ତି । ତେବେ ଏବେ ତାଙ୍କ ଲୁକ୍ ଦେଖି ଯେକେହି ଆଶ୍ଚର୍ଯ୍ୟ ହେଉଛନ୍ତି । କାମରୁ ବିରତି ନେଇ ସେ କିଛିଦିନ ଆରାମ କରୁଥିଲେ । ଅନେକ ଦିନର ବିଶ୍ରାମ ପରେ କପିଲ ଶର୍ମାଙ୍କ ଓଜନ ବଢ଼ିଯାଇଛି । ତାଙ୍କର ଏହି ଫଟୋ ଖୁବ ଭାଇରାଲ ହେଉଛି ।

ଫଟୋରେ କପିଲ ଶର୍ମାଙ୍କ ଆଖିତଳ କଳାଦାଗ ମଧ୍ୟ ସ୍ୱଷ୍ଟ ନଜର ଆସୁଛି । ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ କପିଲ ଶର୍ମା ତାଙ୍କର ନୂଆ ସୋ ଦ ଫ୍ୟାମିଲି ଟାଇମ ୱିଥ୍ କପିଲ ନେଇକି ଆସିଥିଲେ । ତେବେ ତାଙ୍କର ଏହି ସୋ’ ଲୋକଙ୍କ ମଧ୍ୟରେ ଆଦୃତ ହୋଇପାରିନଥିଲା । କହିବାକୁ ଗଲେ କମେଡ଼ି କିଙ୍ଗଙ୍କ ଉକ୍ତ ସୋ’ ଲୋକଙ୍କୁ ବାନ୍ଧି ରଖିବାରେ ଫେଲ୍ ମାରିଥିଲା । ଆଉ ଖୁବ ଶୀଘ୍ର ତାଙ୍କ ସୋ ବନ୍ଦ ହୋଇଯାଇଥିଲା ।

ତେବେ ତାଙ୍କର ଏହି ଫଟୋ ଦେଖି ସୋସିଆଲ ମିଡ଼ିଆରେ ୟୁଜର ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । କରିଛନ୍ତି । କିଏ କହୁଛି ଓଜନ କମ କରି ପୁଣି ସୋ’ ଆରମ୍ଭ କରନ୍ତୁ । ଆଉ କିଏ କହୁଛି ଆମେ ତୁମ ସୋ’କୁ ବହୁତ ମିସ୍ କରୁଛୁ ।