କଣ ଶାହାରୁଖଙ୍କୁ ଧୋକ୍କା ଦେଲେ କପିଲ୍ ! ଦେହ ଖରାପ୍ ବାହାନା କରି ବନ୍ଦ କଲେ ସୁଟିଂ

19

ନିକଟରେ ଖବର ଆସିଥିଲା ଯେ ସୁଟିଂ ସେଟରେ କପିଲଙ୍କର ହଠାତ୍ ଦେହ ଖରାପ ହୋଇଯାଇଥିଲା । ବେହୋସ୍ ହୋଇଯିବା ଫଳରେ ସେଦିନର ସୁଟିଂ ବନ୍ଦ କରାଯାଇଥିଲା । ସେହି ଏପିସୋଡରେ କପିଲଙ୍କ ଅତିଥୀ ଥିଲେ ଶାହାରୁଖ୍ ଖାନ୍ ଏବଂ ଅନୁଷ୍କା ଶର୍ମା । କିନ୍ତୁ କପିଲଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ସେମାନଙ୍କୁ ସୁଟିଂ ବାତିଲ୍ କରିବାକୁ ପଡିଥିଲା ।

କିନ୍ତୁ ଏହି ଖବରକୁ ନେଇ ହୋଇଛି ଚାଂଚଲ୍ୟକର ଖୁଲାସା । ସୂଚନା ମୂତାବକ , କପିଲ୍ ଶର୍ମା ଦେହ ଖରାପ ବାହାନା କରି ଜାଣି ଶୁଣି ସୁଟିଂ ବନ୍ଦ କରିଛନ୍ତି । ଆଉ ଶାହାରୁଖ୍ ଏବଂ ଅନୁଷ୍କାଙ୍କ ସହ ସୁଟିଂ ବାତିଲ୍ କରି କପିଲ ହସ୍ପିଟାଲ୍ ଯାଇନଥିଲେ । ବରଂ ଆଉ ଏକ ଷ୍ଟୁଡିଓରେ ସୁଟିଂ କରିଥିଲେ । କପିଲ୍ ନିଜ ଆଗାମୀ ସିନେମା ‘ଫିରଙ୍ଗୀ’ର ସୁଟିଂ ପାଇଁ ସମୟ ଦେବାକୁ ଚାହୁଁଥିଲେ । ତେଣୁ ଶାହରୁଖ୍ ଏବଂ ଅନୁଷ୍କାଙ୍କୁ ମିଛ କହି ବେହାସ୍ ହେବାର ବାହାନା କରିଥିଲେ । ଆଉ ସୁଟିଂ ବାତିଲ୍ ହୋଇଯିବା ପରେ କପିଲ୍ ତୁରନ୍ତ ଫିରଙ୍ଗୀର ସୁଟିଂ ପାଇଁ ଅନ୍ୟ ଏକ ଷ୍ଟୁଡିଓକୁ ଚାଲିଯାଇଥିଲେ ।

ସୌଜନ୍ୟ : ଆଜତକ୍