ଡାକ୍ତରଖାନାରେ କପିଲ ଶର୍ମା ! କିକୁ ଶାରଦା ଦେଲେ ସୂଚନା

45

ଲୋକପ୍ରିୟ ଅଭିନେତା ତଥା କମେଡିଆନ୍ କପିଲ ଶର୍ମା ନିକଟରେ ଖୁବ୍ ଚର୍ଚ୍ଚାରେ ଥିଲେ । ସାଥୀ କଳାକାର ସୁନିଲ୍ ଗ୍ରୋଭରଙ୍କ ସହ ଦୁର୍ବ୍ୟବହାରକୁ ନେଇ ଅନେକ ଆଲୋଚନା ଚାଲିଥିଲା ତାଙ୍କୁ ନେଇ । ହେଲେ ଏବେ ଏକ ଖବର ଆସିଛି କପିଲ ଶର୍ମା ଡାକ୍ତରଖାନାରେ । ଏହି ସୂଚନା ଦେଇଛନ୍ତି କପିଲଙ୍କ ସହ କଳାକାର କିକୁ ଶାରଦା ।

ସୂଚନା ଅନୁସାରେ ଗତ ରାତିର ଟିଭି ସୋ’ ସେଟରେ କପିଲ ଅସୁସ୍ଥତା ଅନୁଭବ କରିଥିଲେ । ଶାହାରୁଖ ଖାନ୍ ଓ ନିର୍ଦ୍ଦେଶକ ଇମତିଆଜ ଅଲିଙ୍କ ଫିଲ୍ମ ‘ଜବ୍ ହାରି ମେଟ୍ ସିଜଲ୍’ର ରିଲିଜ ଅଗଷ୍ଟ ୪ରେ ହେବାକୁ ଯାଉଛି । କପିଲଙ୍କ ସୋ’ରେ ଏହି ଫିଲ୍ମର ପ୍ରୋମୋଟିଂ ପାଇଁ ସୁଟିଂ ଚାଲିଥିଲା । ଏହି ସମୟରେ କପିଲ ଅସୁସ୍ଥତା ଅନୁଭବ କରିଥିଲେ । ସୁଟିଂ ଛାଡି ସଂଗେ ସଂଗେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତରଙ୍କ କହିବାନୁସାରେ କପିଲ ଡାକ୍ତରଖାନାରେ ଆଡମିଟେଡ୍ ହୋଇଥିଲେ । ତାଙ୍କ ପରିବାର ସଦସ୍ୟ ତାଙ୍କ ପାଖରେ ମଧ୍ୟ ଥିଲେ । କିକୁ ଶାରଦା ଏହି ସୂଚନା ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଛନ୍ତି ।