ପୁଣି ବିବାଦରେ କପିଲ ଶର୍ମା ! କମେଡ଼ି କିଙ୍ଗଙ୍କ ଉପରେ ରାଗିଗଲେ ଅଜୟ ଦେବଗନ୍

43

କପିଲ ଶର୍ମା ବହୁତ ପରିଶ୍ରମ କରିବା ପରେ ଟେଲି ଦୁନିଆରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିିପାରିଥିଲେ । କିନ୍ତୁ ଲାଗୁଛି ନିଜର ବିବାଦୀୟ କାର୍ଯ୍ୟକଳାପ ଯୋଗୁଁ ସେ ନିଜର ହିଁ ଶତ୍ରୁ ପାଲଟି ଯାଉଛନ୍ତି ଓ ନିଜ ଛବିକୁ ନିଜେ ବିଗାଡ଼ିବାରେ ଲାଗିଛନ୍ତି । ଏବେ ପୁଣି ଥରେ ବିବାଦ ଘେରରେ କମେଡ଼ି କିଙ୍ଗ କପିଲ ଶର୍ମା । ସବୁଥର ପରି ତାଙ୍କର ପୂର୍ବ ସାଥୀ ସୁନୀଲ ଗ୍ରୋଭରଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଛି ବୋଲି ଭାବୁଛନ୍ତି, ତେବେ ଏହା ଆପଣଙ୍କ ଭୁଲ ଧାରଣା । ସୂଚନା ଅନୁସାରେ ନିକଟରେ କପିଲ ଶର୍ମା ଏପରି କିଛି କରିଛନ୍ତି ଯଦ୍ୱାରା ସିନେ ଜଗତର ଲୋକେ ତାଙ୍କ ବହୁତ ଜୋରରେ ରାଗି ଯାଇଛନ୍ତି ।

ପ୍ରକୃତକଥା ହେଲା କିଛି ଦିନ ପୂର୍ବରୁ ସିନେମା ‘ବାଦଶାହୋ’ର ପୁରା ଟିମ୍ ଅଜୟ ଦେବଗନ, ଇମରାନ ହାସମୀ, ଇଲିୟାନା ଡିକ୍ରୁଜ ଓ ଇଶା ଗୁପ୍ତା ପ୍ରମୋସନ ପାଇଁ କପିଲ ଶର୍ମା ସୋ’ରେ ପହଞ୍ଚିଥିଲେ । ସୁଟିଂ ୧୧ ଟାରେ ଆରମ୍ଭ ହେବାର ଥିଲା । ଷ୍ପଟବୟ ଡଟ୍ କମରେ ପ୍ରକାଶିତ ଖବର ଅନୁସାରେ, ‘ବାଦଶାହୋ’ର ପୁରା ଟିମ୍ ୯ ଟାରେ ହିଁ ପହଞ୍ଚି ଯାଇଥିଲେ ଓ ପୁରା ସ୍କ୍ରିପ୍ଟ ମଧ୍ୟ ପଢ଼ିସାରିଥିଲେ । ‘ବାଦଶାହୋ’ର ପୁରା ଟିମ୍ ୯ ଟାରୁ ଆସି ୧୧ ଟା ପର୍ଯ୍ୟନ୍ତ କପିଲଙ୍କୁ ଅପେକ୍ଷା କରିଥିଲେ ।

କିନ୍ତୁ ଦୀର୍ଘ ସମୟ ଅପେକ୍ଷା କରିଥିଲେ ହେଁ କପିଲ ଶର୍ମାଙ୍କ ଦେଖା ମିଳିଲା ନାହିଁ । ଅର୍ଥାତ କପିଲ ସେଟକୁ ଆସିଲେ ନାହିଁ । ଏହାଦେଖି ଟିମ୍ କପିଲଙ୍କୁ ଫୋନ ମଧ୍ୟ କରିଥିଲେ । କିନ୍ତୁ କପିଲଙ୍କ ମୋବାଇଲ ସ୍ୱିଚ୍ ଅପ ଦେଖାଇଲା । ଏହା ବ୍ୟତୀତ କପିଲଙ୍କୁ ଯୋଗାଯୋଗ କରିବା ପାଇଁ ଟିମ୍ ସମସ୍ତ ପ୍ରକାରର ଚେଷ୍ଟା କରିଥିଲେ । କିନ୍ତୁ କୌଣସି ମତେ କପିଲଙ୍କ ସହ ଯୋଗାଯୋଗ କରିପାରିଲା ନାହିଁ ଟିମ୍ । ଅଜୟ ଦେବଗନ ଚୁପଚାପ ଏସବୁ ଦେଖୁଥିଲେ । ତାପରେ ଟିମ ଆସି ଅଜୟଙ୍କୁ ଆସି କହିଲେ, କପିଲ ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ ତେଣୁ ସେ ସେଟକୁ ଆସିପାରିଲେ ନାହିଁ । ଅଜୟ ଦେବଗନ ଏସବୁ ଶୁଣି ବହୁତ ରାଗି ଗଲେ ଓ ସେଟ୍ ଛାଡ଼ି ଚାଲିଗଲେ । ଲାଗୁଛି କପିଲଙ୍କ ବେଳକାଳ ଭଲ ନାହିଁ । ସବୁବେଳେ ସେ ବିବାଦରେ ଛନ୍ଦି ହୋଇ ଯାଉଛନ୍ତି । ଦେଖାଯାଉ କପିଲଙ୍କ ଶନି ଦଶା କେବେ ଶେଷ ହେଉଛି ।