‘ଫିରଙ୍ଗୀ’ ସିନେମାର ସଫଳତା ପାଇଁ ସାଇଙ୍କ ଶରଣରେ କମେଡ଼ି କିଙ୍ଗ୍ ! ଗର୍ଲଫ୍ରେଣ୍ଡଙ୍କ ସହ ସିରିଡ଼ ଗଲେ କପିଲ ଶର୍ମା

45

ବଲିଉଡର ଲୋକପ୍ରିୟ ଅଭିନେତା ତଥା ତଥା ଟେଲି ଦୁନିଆର ଜଣାଶୁଣା ଉପସ୍ଥାପକ ତଥା କମେଡିଆନ୍ କପିଲ ଶର୍ମା ତାଙ୍କର ଦ୍ୱିତୀୟ ସିନେମା ଫିରଙ୍ଗୀ ପାଇଁ କଠିନ ପରିଶ୍ରମ କରିଛନ୍ତି । ୨୪ ନଭେମ୍ବରରେ ରିଲିଜ ହେବ ସିନେମା । କିଛି ଦିନ ର୍ପୂବରୁ ସିନେମାର ଟ୍ରେଲର ରିଲିଜ ହୋଇଯାଇଛି । ସିନେମାର ସଫଳତା ପାଇଁ ପ୍ରାଥଁନ କରିବା ପାଇଁ ଗତକାଲି କପିଲ ତାଙ୍କ ଗର୍ଲଫ୍ରେଣ୍ଡ ଗିନ୍ନି ଚତରଥ ଓ ସିନେମାର ନିର୍ଦ୍ଦେଶକ ରାଜୀବ ଢ଼ିଙ୍ଗରାଙ୍କ ସହ ସିରିଡ଼ି ଦର୍ଶନ କରିବା ପାଇଁ ପହଞ୍ଚିଛନ୍ତି ।

ନିକଟରେ ସିନେମାର ପ୍ରମୋସନ ପାଇଁ କପିଲ ସାରେଗାମାର ଫିନାଲେରେ ପହଞ୍ଚିଥିଲେ । ତେବେ କିଛି ଦିନ ପୂର୍ବରୁ ଶୁଣିବା ପାଇଁ ମିଳିଥିଲା ଗିନ୍ନିଙ୍କ ସହ କପିଲଙ୍କର ବ୍ରେକ୍ ଅପ୍ ହୋଇଥିଲା । କିନ୍ତୁ ଉଭୟେ ଏକାଠି ନଜର ଆସି ଏକଥାରେ ପୂର୍ଣ୍ଣଛେଦ ଟାଣିଛି । ‘ଫିରଙ୍ଗୀ’ରେ କପିଲ ଶର୍ମାଙ୍କ ବିପକ୍ଷରେ ନାୟିକା ତନୁଶ୍ରୀ ଦତ୍ତଙ୍କ ଭଉଣୀ ଈଶିତା ଦତ୍ତ ଅଭିନୟ କରିଛନ୍ତି। ଏହି ସିନେମାର ଟ୍ରେଲରକୁ ଦର୍ଶକ ପସନ୍ଦ କରିଥିଲେ ବି ଦର୍ଶକ ତାଙ୍କ ସିନେମାକୁ କିଭଳି ହିଟ୍ କରାଇବେ ସେଥିପାଇଁ ଶିରଡି ମାଟିରେ ପାଦ ଦେଇଥିଲେ କପିଲ ।

ସୂଚନାଯୋଗ୍ୟ ‘ଫିରଙ୍ଗୀ’ର ପ୍ରଯୋଜକ ନିଜେ କପିଲ ଶର୍ମା । ଏହାପୂର୍ବରୁ ସେ ଅନ୍ୟ ଏକ ସିନେମା ‘କିସ୍ କିସକୋ ପ୍ୟାର କରୁଁ’ରେ ବି ନାୟକ ରୂପରେ ନଜର ଆସିଥିଲେ । ତେବେ କପିଲ ଏହି ସିନେମା ପାଇଁ ବେଶ ଆଶବାଦୀ ଅଛନ୍ତି । ତେବେ ରିଲିଜ ପରେ ହିଁ ଜଣାପଡ଼ିବ କପିଲଙ୍କ ଯାଦୁ ଦର୍ଶକଙ୍କୁ ଆକର୍ଷିତ କରୁପାରୁଛି ନା ନାହିଁ ।