ମରଣ କାଳେ ବିପରୀତ ବୁଦ୍ଧି ! ଚ୍ୟାନେଲ ଠାରୁ ୫୦ପ୍ରତିଶତ ଅଧିକ ପାଉଣା ଦାବି କଲେ କପିଲ ଶର୍ମା

43

ଲାଗୁଛି ସୁନୀଲ ଗ୍ରୋଭରଙ୍କ ସହ ଝଗଡା ଓ ପରେ ସେ ସୋ’ ଛାଡିବା ପରେ ବି କପିଲଙ୍କ ହୋସ୍ ଆସିନି । ତେବେ ତ ସୋ’ ଲୋକପ୍ରିୟତା ଫେରାଇବା ପାଇଁ ଚ୍ୟାନେଲ ତରଫରୁ ଚେତାବନୀ ଆସିବା ପରେ ବି କପିଲ ଶର୍ମା ସୁଧୁୁରିବାର ନାଁ ନେଉ ନାହାନ୍ତି । ଖବର ଅନୁସାରେ ଗୋଟେପଟେ କପିଲ ନିଜକୁ ସୁଧାରି ସୋ’ର ଟିଆରେପି ଫେରାଇବା ପାଁଇ ନିଷ୍ପତି ନେଇଥିଲେ ସେଠାରେ ଅନ୍ୟପଟେ ସେ ଚ୍ୟାନେଲ ଠାରୁ ଦାବି କରିଛନ୍ତି ତାଙ୍କ ପାଉଣାକୁ ୫୦ ପ୍ରତିଶତ ବୃଦ୍ଧି କରାଯାଉ ।

ଚ୍ୟାନେଲ ଜାଣି ପାରୁନି କ’ଣ କରିବ ? ଖବର ଅନୁସାରେ ସୁନୀଲ ଗ୍ରୋଭରଙ୍କ ସହ ଝଗଡା ପରେ ଚନ୍ଦନ ପ୍ରଭାକର ,ଅଲୀ ଅସଗର ଓ ସୁଗନ୍ଧା ମିଶ୍ରା ଆଦି କଳାକାର ସୋ ଛାଡି ଦେଇଛନ୍ତି ଯାହାର ପ୍ରଭାବ ପଡିଛି ସୋର ଟିଆରପି ଉପରେ । ପ୍ରଥମ ଥର ପାଇଁ ଏହି ସୋ’ ର ଟିଆରପି ଏତେ କମ ହୋଇଯାଇଛି ଯେ, ଚ୍ୟାନେଲ କପିଲଙ୍କୁ ଏକ ମାସ ସମୟ ଦେଇଛି ସବୁ କିଛି ଠିକ କରିବା ପାଇଁ ।

ଏହାସହ ସୋ’ର ଲୋକପ୍ରିୟତା ଫେରାଅ ନହେଲେ ସୋ ବନ୍ଦ କର ବୋଲି ମଧ୍ୟ କହିଛି । ଏହାପରେ କପିଲ ଜୋରଦାର ପ୍ରୟାସ କରିଥିଲେ ସୋ’କୁ ମଜାଦାର କରିବା ପାଇଁ କିନ୍ତୁ ଏହାସହ ସେ ତାଙ୍କ ପାଉଣା ମଧ୍ୟ ୫୦ ପ୍ରତିଶତ ବୃଦ୍ଧି କରି ଚ୍ୟାନେଲକୁ ଦାବି କରିଥିଲେ । ଯେଉଁଠି ଚ୍ୟାନେଲକୁ ଲାଗୁଛି କପିଲ ଏତେ ଟଙ୍କା ପାଇଁ ଯୋଗ୍ୟ ନୁହଁନ୍ତି କିନ୍ତୁ କପିଲ ଶର୍ମା ଏକତାକୁ ମାନିବା ପାଇଁ ନାରାଜ ।