କେଜରିୱାଲଙ୍କ ବିରୋଧରେ ଆଜି ଏସିବିରେ ଅଭିଯୋଗ କରିବେ କପିଲ ମିଶ୍ରା ! ଆସିଛି ୨ କୋଟିର ଲାଂଚ ଅଭିଯୋଗ

24

କନକ ବ୍ୟୁରୋ : କେଜରିୱାଲଙ୍କ ବିରୋଧରେ ଆଜି ଏସିବିରେ ଅଭିଯୋଗ କରିବେ କପିଲ ମିଶ୍ରା । ଟ୍ୟାଙ୍କର ଦୁର୍ନୀତି ନେଇ ନିଜ ବୟାନ ଉପରେ କାଏମ ରହିବା ସହ ଦୁର୍ନୀତି ନିରୋଧ ଶାଖାରେ ଆଜି ଅଭିଯୋଗ କରିବେ ବୋଲି କହିଛନ୍ତି ଆପରୁ ବିତାଡିତ କପିଲ ମିଶ୍ରା । କପିଲ କହିଛନ୍ତି, ଯେ କେଜରିୱାଲ ଓ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟରେ ହୋଇଥିବା ଲାଂଚ କାରବାର ସଂପର୍କରେ ସେ ଆଂଟି କରପସନ୍ ବ୍ୟୁରୋ, ଏସିବିକୁ ସୂଚନା ଦେବେ । ଆଜି ୧୧ଟା ବେଳେ ସେ ଏସିବିକୁ ଯିବେ ବୋଲି କହିଛନ୍ତି ।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦୁର୍ନୀତି ଅଭିଯୋଗ ଆସିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରିବାର ସୂଚନା ମିଳିଛି । ଦିଲ୍ଲୀ ଜଳ ମନ୍ତ୍ରୀ କପିଳ ମିଶ୍ରାଙ୍କୁ ବହିଷ୍କାର କରିବା ପରେ ଟ୍ୟାଙ୍କର ଦୁର୍ନୀତି ପୁଣି ଚର୍ଚ୍ଚାକୁ ଆସିଛି । ଜଳ ଯୋଗାଣ ବ୍ୟବସ୍ଥାରେ କୁପରିଚାଳନା ଯୋଗୁଁ କପିଳ ମିଶ୍ରାଙ୍କୁ ବହିଷ୍କାର କରାଯାଇଥିବା ଦିଲ୍ଲୀ ସରକାର କହୁଛନ୍ତି । ସେପଟେ କପିଳ ମିଶ୍ରାଙ୍କ କହିବା କଥା, ପାଣି ଟ୍ୟାଙ୍କର ଦୁର୍ନୀତି ନେଇ ମୁହଁ ଖୋଲିବାରୁ ତାଙ୍କୁ ପଦବୀ ହରାଇବାକୁ ପଡିଛି ।