ଅନଶନ ଭାଙ୍ଗିବା ପରେ ସିବିଆଇରେ ଫେରାଦ ହେବେ କପିଲ ମିଶ୍ରା ! ଟ୍ୱିଟରେ କହିଲେ ଦୁର୍ନୀତି ହଟାଇବା ପାଇଁ ଆସିଥିଲେ, ଏବେ ଜେଲ ଯିବେ କେଜରିୱାଲ

25

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଆଜି ସିବିଆଇରେ ଅଭିଯୋଗ କରିବେ କପିଲ ମିଶ୍ରା । ଅରବିନ୍ଦଙ୍କ ବିରୋଧରେ ସିବିଆଇରେ ପ୍ରମାଣ ଦେବେ ପୂôର୍ବତନ ମନ୍ତ୍ରୀ । ଏହା ପୂର୍ବରୁ ସେ ଆଜି ସକାଳୁ ଟ୍ୱିଟ କରିଛନ୍ତି । ଟ୍ୱିଟରେ କପିଲ ମିଶ୍ରା ଲେଖିଛନ୍ତି ଯେ, ଅରବିନ୍ଦ କେଜରିୱାଲ ଦୁର୍ନୀତି ହଟାଇବାକୁ ରାଜନୀତିକୁ ଆସିଥିଲେ ।

କିନ୍ତୁ ତାଙ୍କ ବିରୋଧରେ ଆଜି କଳାଧନ ଓ ହାୱାଲ ଦୁର୍ନୀତି ନେଇ ମାମଲା ଦାୟର ହେବ । କପିଲ ମିଶ୍ରା କେଜରିୱାଲଙ୍କ ବିରୋଧରେ ବଡ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ଏ ନେଇ ସେ ଆଜି ସେଂଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଏକ୍ସଚେଞ୍ଜ, ସିବିଡିଟି ଯାଇ ଫେରାଦ ହେବେ । କେଜରିୱାଲଙ୍କ ବିରୋଧରେ ୬ ଦିନ ଧରି ଅନଶନ ଚଳାଇଥିଲେ କପିଲ ମିଶ୍ରା ।

ରବିବାର ଦିନ ପ୍ରେସ କନଫରେନସ ବେଳେ ସେ ବେହୋସ ହୋଇଯାଇଥିଲେ । ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । କାଲି ତାଙ୍କୁ ଡିସଚାର୍ଜ କରାଯାଇଥିଲା । ଅରବିନ୍ଦ କେଜରିୱାଲଙ୍କ ବିରୋଧରେ କପିଲ ମିଶ୍ରା ୨କୋଟି ଟଙ୍କାର ଲାଂଚ ଅଭିଯୋଗ ଆଣିଛନ୍ତି ।