ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ପ୍ରେସ କନଫରେସନ କରିବାବେଳେ ଆଜି ବୋହାସ ହୋଇପଡିଲେ କପିଲ ମିଶ୍ରା !

23

କନକ ବ୍ୟୁରୋ : ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ପ୍ରେସ କନଫରେସନ କରିବାବେଳେ ଆଜି ବୋହାସ ହୋଇପଡିଛନ୍ତି କପିଲ ମିଶ୍ରା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଛି । ଦୀର୍ଘ ପାଂଚଦିନ ହେଲା ସେ ଅନଶନ ଚଳାଇଛନ୍ତି । ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ଦିଲ୍ଲୀ ପୋଲିସ ତାଙ୍କୁ ଡାକ୍ତରଖାନା ନେବାକୁ ଅନଶନସ୍ଥଳକୁ ଯାଇଥିଲେ ବି ସେ ମନାକରିଦେଇଥିଲେ । ଦିଲ୍ଲୀ ସରକାରଙ୍କ ଇସାରାରେ ଡାକ୍ତରୀଦଳ କାମ କରୁଛି ବୋଲି ସେ ଅଭିଯୋଗ କରିଥିଲେ ।