କେଜରିୱାଲଙ୍କୁ ଲାଂଚ ମାମଲାରେ ଦିଲ୍ଲୀ ରାଜନୀତି ସରଗରମ : ଏସିବିରେ କପିଲ ମିଶ୍ରାଙ୍କ ଅଭିଯୋଗ

36

କନକ ବ୍ୟୁରୋ : କେଜରିୱାଲଙ୍କ ବିରୋଧରେ ଆଜି ଏସିବିରେ ଅଭିଯୋଗ କରିଛନ୍ତି କପିଲ ମିଶ୍ରା । ଟ୍ୟାଙ୍କର ଦୁର୍ନୀତି ନେଇ ନିଜ ବୟାନ ଉପରେ କାଏମ ରହିବା ସହ ଦୁର୍ନୀତି ନିରୋଧ ଶାଖାରେ ଆଜି ଅଭିଯୋଗ କରିଛନ୍ତି ଆପରୁ ବିତାଡିତ କପିଲ ମିଶ୍ରା ।

କେଜରିୱାଲ ଓ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟରେ ହୋଇଥିବା ଲାଂଚ କାରବାର ସଂପର୍କରେ ସେ ଆଂଟି କରପସନ୍ ବ୍ୟୁରୋ, ଏସିବିକୁ ସୂଚନା ଦେଇଛନ୍ତି । ଆଜି ଠିକ୍ ୧୧ଟା ବେଳେ ଏସିବି କାର୍ଯ୍ୟାଳୟରେ ପହଂଚିଥିଲେ କପିଲ । ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯଦି ସେ ମିଛ କହୁଛନ୍ତି ତେବେ କେଜରିୱାଲ ଓ ସତ୍ୟେନ୍ଦ୍ରଙ୍କ ସମତେ ତାଙ୍କର ଲାଏଡିଟେକ୍ଟର ଟେଷ୍ଟ କରାଯାଉ । ସେ ଆହୁରି କହିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଓ ଅରବିନ୍ଦ୍ କେଜ୍ରିୱାଲ ଦୁର୍ନୀତିଗ୍ରସ୍ତଙ୍କୁ ବଂଚାଇବା ପାଇଁ ଚେଷ୍ଟା କରୁଛନ୍ତି ।