ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରମାଣ ନେଇ ସିବିଆଇ କାର୍ଯ୍ୟାଳୟରେ କପିଲ ମିଶ୍ରା

41

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରମାଣ ନେଇ ସିବିଆଇ କାର୍ଯ୍ୟାଳୟରେ କପିଲ ମିଶ୍ରା । ଦୁର୍ନୀତି ଅଭିଯୋଗରେ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ପ୍ରମାଣ ସହ ମାମଲା ରୁଜୁ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ସେ ଦିଲ୍ଲୀ ଜଳ ବୋର୍ଡ ୱାଟର ଟ୍ୟାଙ୍କର ଦୁର୍ନୀତି ନେଇ ମାମଲା ରୁଜୁ କରିଛନ୍ତି ।

ସିବିଆଇ ନିକଟରେ ୩ଟି ମାମଲା ରୁଜୁ କରିବା ସହ ସେ ପ୍ରମାଣ ମଧ୍ୟ ଜମା କରିଛନ୍ତି । ଏହାସହ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ସେ ଏକ ଓପନ୍ ଲେଟର ମଧ୍ୟ ଜାରି କରିଛନ୍ତି । ଆପ୍ ନେତା ମାନେ ନିଜର ବିଦେଶ ଯାତ୍ରାର ବିବରଣୀ ଦିଅନ୍ତୁ । ବିଦେଶ ଯାତ୍ରା ପାଇଁ ତାଙ୍କ ନିକଟକୁ ଟଙ୍କା କେଉଁଠୁ ଆସିଛି ତାହାର ବିବରଣୀ ଦିଅନ୍ତୁ ନଚେତ୍ ଆସନ୍ତାକାଲି ଠାରୁ ସେ ଆମରଣ ଅନଶନ କରିବେ ବୋଲି କପିଲ କହିଛନ୍ତି । ଆପ୍ର ନେତା ମାନେ ସରକାରୀ ଅର୍ଥ, ଚାନ୍ଦା ଓ ବେଆଇନ ଅର୍ଥରେ ବିଦେଶ ଭ୍ରମଣ କରୁଛନ୍ତି ବୋଲି କପିଲ କହିଛନ୍ତି ।

ସଂଜୟ ସିଂହ, ଆଶିଷ ଖୈତାନ, ସତୈନ୍ଦ୍ର ଜେଅନ, ରାଘବ ଚଡ୍ଡା ଓ ଦୁର୍ଗେଶ ପାଠକଙ୍କ ଯାତ୍ରା ବିବରଣୀ ସାର୍ବଜନିନ କରିବା ପାଇଁ କପିଲ ଦାବି କରିଛନ୍ତି । ଦିଲ୍ଲୀର କୌଣସି ଆସନରୁ କପିଲଙ୍କ ବିରୋଧରେ କେଜ୍ରିୱାଲ ନିର୍ବାଚନ ଲଢନ୍ତୁ ବୋଲି ଆପ୍ ମୁଖ୍ୟଙ୍କୁ ଚ୍ୟାଲେଂଜ କରିଛନ୍ତି କପିଲ ମିଶ୍ରା । ଏହାସହ ଦୁର୍ନୀତି ବିରୋଧରେ ଲଢିବା ସେ କେଜ୍ରିୱାଲଙ୍କ ଠାରୁ ଶିଖିଛନ୍ତି ଓ ଏଥିରୁ ପଛଘୁଂଚା ଦେବେ ନାହିଁ ବୋଲି କପିଲ ସ୍ପଷ୍ଟ କରିଛନ୍ତି ।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଛି ବିଜେପି । କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ । ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସ ନାକେଦମ ହୋଇଛି । ତାଙ୍କୁ ହଟାଇବା ପାଇଁ ପାଣି ମାଡ କରିଛି ଦିଲ୍ଲୀ ପୁଲିସ । ସେପଟେ ଆଜି ଏକ ବଡ ଷଡଯନ୍ତ୍ର ପଦାକୁ ଆସିବ ବୋଲି ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରିଛନ୍ତି