କୋହଲି ବାହିନୀର ପରାଜୟକୁ ନେଇ ଖପ୍ପା କପିଲ ଦେବ୍ । କହିଲେ, ପ୍ରତି ମ୍ୟାଚରେ କାହିଁକି ବଦଳୁଛନ୍ତି ଖେଳାଳୀ, ରାହୁଲଙ୍କୁ ମିଳୁ ସୁଯୋଗ ।

434

କନକ ବ୍ୟୁରୋ : ୱେଲିଙ୍ଗଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ ପରେ ଦଳର ରଣନୀତିକୁ ନେଇ ଟିମ୍ ଇଣ୍ଡିଆକୁ ସମାଲୋଚନା କରିଛନ୍ତି ପୂର୍ବତନ ଅଧିନାୟକ କପିଲ ଦେବ । ସେ କହିଛନ୍ତି ‘ନ୍ୟୁଜିଲାଣ୍ଡ ଦଳର ପ୍ରଂଶସା କରିବାକୁ ହେବ, ସେମାନେ ଦମଦାର ପ୍ରଦର୍ଶନ କରୁଛନ୍ତି । ଦିନିକିଆ ସିରିଜ ପରେ ଟେଷ୍ଟରେ ମଧ୍ୟ କିୱି ଦଳ ଭଲ ଖେଳୁଛି ।’

କପିଲ ଦେବ କହିଛନ୍ତି, ଯଦି ମ୍ୟାଚର ବିଶ୍ଳେଷଣ କରାଯାଏ, ତେବେ ଦଳରେ ଏତେ ପରିବର୍ତ୍ତନ କେମିତି କରାଯାଉଛି । ପ୍ରତି ମ୍ୟାଚରେ ନୂଆ ଟିମ୍ ମୈଦାନକୁ ଓହ୍ଲାଉଛି । ଦଳରେ କୌଣସି ଖେଳାଳୀଙ୍କ ସ୍ଥାନ ସ୍ଥିର ନାହିଁ । ଆଉ ଯାହାର ପ୍ରଭାବ ଖେଳାଳୀଙ୍କ ପ୍ରଦର୍ଶନ ଉପରେ ପଡୁଛି ।

ଆଉ ସବୁଠାରୁ ବଡ କଥା ହେଉଛି, ଟେଷ୍ଟ ଟିମରେ ଲୋକେଶ ରାହୁଲ ନଖେଳିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କପିଲ ଦେବ । ରାହୁଲ ଭଲ ଫର୍ମରେ ଥିବା ବେଳେ ତାଙ୍କୁ କାହିଁକି ବାଦ୍ ଦିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଉଭୟ ଦଳ ମଧ୍ୟରେ ସିରିଜ୍ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆସନ୍ତା ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ମ୍ୟାଚରେ ବିଜୟ ହାସଲ କରିବା ଭାରତ ପାଇଁ ସମ୍ମାନର ପ୍ରଶ୍ନ ହୋଇ ଛିଡାହୋଇଛି ।