ଭିଜିଲାନ୍ସ ଜାଲରେ କପ୍ତିପଦା ତହସିଲଦାର । ଟ୍ରାକ୍ଟର ମାଲିକଠାରୁ ଲକ୍ଷେ ଲାଂଚ ନେଇ ହେଲେ ଗିରଫ  

39

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ତହସିଲଦାର । ଲାଂଚ ନେଇ ଗିରଫ ହେଲେ କପ୍ତିପଦା ତହସିଲଦାର । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ତହସିଲର ତହସିଲଦାର ଶରତ ଚନ୍ଦ୍ର ମଲ୍ଲିକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଉଦଳା ମେଣ୍ଢାଖାଇ ସ୍ଥିତ ତହସିଲଦାରଙ୍କ ଭଡାଘରୁ ତାଙ୍କୁ ଗିରଫ କରିଛି ବାରିପଦା ଭିଜିଲାନ୍ସ ବିଭାଗ ।

୧ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ତହସିଲଦାର ଶରତ ଚନ୍ଦ୍ର ମଲିକ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ଟ୍ରାକ୍ଟର ମାଲିକଙ୍କ ଠାରୁ ତହସିଲଦାର ଏହି ଲାଂଚ ନେଉଥିଲେ ବୋଲି ଜଣାପଡିଛି । କପ୍ତିପଦା ଡାହିସାହିର ହେମନ୍ତ ବେହେରା ନାମକ ଜଣେ ଯୁବକଙ୍କଠାରୁ ଏକା ମାସ ପାଇଁ ଟ୍ରାକ୍ଟର ଚଳାଚଳ କରିବା ନେଇ ଏକ ଲକ୍ଷ ଟଙ୍କା ନେଉଥିଲେ ।

ଚୋରାଚାଲାଣ ପାଇଁ ଦେଢ ଲକ୍ଷ ଟଙ୍କା ଦାବି କରୁଥିଲେ ତହସିଲଦାର । ଆଜି ସକାଳେ ମେଣ୍ଡାସାଇ ସ୍ଥିତ ନିଜ ଭବନରୁ ଶରତଙ୍କୁ ଟଙ୍କା ସହ ଗିରଫ କରାଯାଇଛି ।