ଶେଷହେଲା ଧନୁଯାତ୍ରା ! ମହୋଦଧିରେ ସ୍ନାନ କରି ପାପ ଧୋଇଲେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର

140

କନକ ବ୍ୟୁରୋ : ବରଗଡ ଧନୁଯାତ୍ରା ଶେଷ ହେବା ପରେ ପୁରୀରେ ମହାରାଜ କଂସ । ମହୋଦଧିରେ ସ୍ନାନ କରି ପାପ ଧୋଇଛନ୍ତି କଂସ ଭୂମିକାରେ ଅଭିନୟ କରିଥିବା କଳାକାର । ସମୁଦ୍ରରେ ସ୍ନାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି କ୍ଷମା ଭିକ୍ଷା କରିଛନ୍ତି । ଏହା ସହିତ ଜଗଦଗୁରୁ ଶଙ୍କରାଚର୍ଯ୍ୟଙ୍କଠାରୁ ଆର୍ଶୀବାଦ ନେଇଛନ୍ତି । ୧୧ ଦିନ ଧରି ବରଗଡ ମୁକ୍ତାକାଶ ରଙ୍ଗମଂଚରେ ଚାଲିଥିବା ଧନୁଯାତ୍ରା ଗତକାଲି ଶେଷ ହୋଇଛି । ଅନ୍ତିମ ଦିନରେ କଂସବଦ୍ଧ କରିଥିଲେ କୃଷ୍ଣ ।

ସୂଚନାଯୋଗ୍ୟ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଂଗମଂଚରେ ଅଭୀନିତ ହୋଇଛି ମହାରାଜ କଂସ ବଦ୍ଧ । କଂସବଦ୍ଧ ସହ ୧୧ ଦିନର ଧନୁଯାତ୍ରାରେ ଯବନିକା ପଡିଛି । ଧନୁଯାତ୍ରାର ଦଶମ ଦିନରେ ଦେଖିବାକୁ ମିଳିଥିଲା କୃଷ୍ଣଙ୍କ ଆଗମନରେ କିପରି ଉତ୍ସବ ମୁଖର ହୋଇପଡିଛି ମଥୁରା ନଗରୀ । ପରେ ସୁଦାମା, ମାଳି ଓ ରଜକଙ୍କ ସହ ସାକ୍ଷାତ ହୋଇଥିବା ବେଳେ କୁବଜାକୁ ଉଦ୍ଧାର କରିଥିଲେ ଭଗବାନ ଶ୍ରୀକୃଷ୍ଣ । ୧୧ ଦିନର ଯାତ୍ରାରେ କୃଷ୍ଣ ଜନ୍ମ ଠାରୁ ଆରମ୍ଭ କରି ମଥୁରା ନଗର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଅଭିନୀତ ହୋଇଥିଲା । ବରଗଡ ପାଲଟିଥିଲା ମଥୁରା ନଗରୀ ଆଉ ଅମ୍ବାପାଲି ପାଲଟିଥିଲା ଗୋପପୁର ।