ଆରମ୍ଭରୁ ବାଟବଣା ହେଲା କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା : ଯୋଗ୍ୟ ହିତାଧିକାରୀଙ୍କ ପରିବର୍ତ୍ତେ ତାଲିକାରେ ଅଛି ମନ୍ତ୍ରୀ ଓ ବିଧାୟକଙ୍କ ନାମ

64

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ମାତ୍ର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଛି । କିନ୍ତୁ ଯୋଜନା ଆରମ୍ଭ ହେଉ ହେଉ ଅନେକ ଗଡ଼ବଡ଼ି ସାମ୍ନାକୁ ଆସିଲାଣି । ଯୋଗ୍ୟ ହିତାଧିକାରୀଙ୍କ ପରିବର୍ତ୍ତେ ଅନେକ ନେତାମନ୍ତ୍ରୀଙ୍କ ନାମ ଏହି ଯୋଜନାରେ ସାମିଲ ରହିଛି । ଆୟୁଷ୍ମାନ୍ ଭାରତ ଯୋଜନା ତାଲିକାରେ ଉତ୍ତରପ୍ରଦେଶର ବ୍ୟକାବିନେଟ୍ ମନ୍ତ୍ରୀ ସତିଶ ମହାନାଙ୍କ ସମେତ ଅନେକ ନେତାମନ୍ତ୍ରୀଙ୍କ ନାମ ଚଢ଼ାଯାଇଛି ।

ସୂଚନା ଅନୁସାରେ ଆୟୁଷ୍ମାନ୍ ଯୋଜନା ତାଲିକାରେ କ୍ୟାବିନେଟ୍ ମନ୍ତ୍ରୀ ସତୀଶ ମହାନାଙ୍କ ବ୍ୟତୀତ ପୂର୍ବ କଂଗ୍ରେସ ବିଧାୟକ ଅଜୟ କପୁର,ବିଜେପି ବିଧାୟକ ସଲିଲ ବିଶୋଇଙ୍କ ସହ ସେହି ଅଂଚଳର ଅନେକ ନେତାମନ୍ତ୍ରୀ ଓ ତାଙ୍କ ପରିବାର ଲୋକଙ୍କ ନାମ ସାମିଲ ଅଛି ।

ତେବେ ତାଲିକାରେ କେବଳ ନେତା ମନ୍ତ୍ରୀଙ୍କ ନାମ ନୁହେଁ ବରଂ ସହରର ଅନେକ କୋଟିପତି ଲୋକଙ୍କ ନାମ ମଧ୍ୟ ସାମଲି ଅଛି । ଗଡ଼ବଡ଼ି ମାମଲାରେ ସାମନା ଆସିବା ପରେ ମନ୍ତ୍ରୀ ଯାଂଚ କରିବା ପାଇଁ କହିଛନ୍ତି । ମନ୍ତ୍ରୀ ସତୀଶ ମହାନା କହିଛନ୍ତି ଯେତେବେଳ ମୁଁ ଜାଣିଲି ମୋର ଓ ମୋ ପରିବାରର ନାମ ଆୟୁଷ୍ମାନ ଯୋଜନା ତାଲିକାରେ ସାମିଲ ଅଛି, ମୁଁ ତୁରନ୍ତ କାନପୁର ଜିଲ୍ଲାଧିକାରୀଙ୍କ ସହ ଆଲୋଚନା କରି ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।

ସୂଚନାଯୋଗ୍ୟ ଗରିବଙ୍କ ପାଇଁ ଆରମ୍ଭ ହୋଇଛି ଆୟୁଷ୍ମାନ ଯୋଜନା । ଗରିବ,ଗ୍ରାମିଣ ପରିବାର ଏବଂ ସହରର ଶ୍ରମିକ ଶ୍ରେଣୀର ପରିବାରକୁ ଏହି ଯୋଜନାର ଫାଇଦା ମିଳିବ । ଜନଗଣନା ଆଧାରରେ ଏବେ ପର୍ଯ୍ୟନ୍ତ ୮.୦୩% ଗ୍ରାମୀଣ ଏବଂ ୨.୩୩% ସହର ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଛି । ଗରିବ ପରିବାରରେ ସ୍ୱାସ୍ଥ୍ର‌୍ୟ ସମ୍ବନ୍ଧୀୟ କିଛି ଅସୁବିଧା ଉପୁଜିଲେ, ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କାର ସାହାଯ୍ୟ ମିଳିବ । ଯୋଜନା ମୁତାବକ,ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ନେଇ ୧୫ ଦିନ ପର‌୍ୟ୍ୟନ୍ତର ଔଷଧ ଏବଂ ଚିକିତ୍ସାର ଖର୍ଚ୍ଚ ସରକାର ବହନ କରିବେ । ଯଦି କୌଣସି ବ୍ୟକ୍ତି ପୂର୍ବରୁ ରୋଗରେ ପୀଡିତ ଥିବେ ତେବେ ଏହି ଯୋଜନାର ଫାଇଦା ତାଙ୍କୁ ମିଳିବ । ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦି ଝାଡଖଣ୍ଡର ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।