ଉର୍ଦ୍ଦୁ ଭାଷାରେ ରାମାୟଣକୁ ଅନୁବାଦ କରି ଚର୍ଚ୍ଚାରେ ମୁସଲିମ୍ ମହିଳା : ଜାଣନ୍ତୁ କିଏ ଏହି ମହିଳା, କଟ୍ଟରପନ୍ଥୀଙ୍କୁ ଦେଉଛନ୍ତି କଡା ଜବାବ

54

ଯେଉଁଠି ସମସ୍ତ ଲୋକ ଧର୍ମ ନାମରେ ରାଜନୀତି କରନ୍ତି, ସେଠି କାନପୁରରେ ଏକ ମୁସଲିମ୍ ମହିଳା ସାମ୍ପ୍ରଦାୟିକ ସୈାହାର୍ଦ୍ୟର ଉଦାହରଣ ଦେଇଛନ୍ତି । ମାହି ତଲତ ସିଦ୍ଦିକୀ ନାମକ ଏକ ମହିଳା ରାମାୟଣକୁ ଉର୍ଦ୍ଦୁରେ ଲେଖିଛନ୍ତି । ଏଥିପାଇଁ ତାଙ୍କୁ ଦେଢ଼ ବର୍ଷ ସମୟ ଲାଗିଲା । କିନ୍ତୁ ଏବେ ଉର୍ଦ୍ଦୁ ଭାଷାରେ ଅନୁବାଦ କରାଯାଇଥିବା ରାମାୟଣ ବହି ଦୋକାନରେ ଉପଲବ୍ଧ ହେବ ।

୨ ବର୍ଷ ପୂର୍ବରୁ ମିଳିଥିଲା ପ୍ରେରଣା : କାନପୁରର କ୍ଷେତ୍ର ନଗର ନିବାସୀ ମାହି ତଲତ ସିଦ୍ଦିକୀ କଟ୍ଟରପନ୍ଥୀଙ୍କୁ କଡା ଜବାବ ଦେଇ ଉର୍ଦ୍ଦୁରେ ରାମାୟଣ ଲେଖିଛନ୍ତି । ପାଖାପାଖି ୨ ବର୍ଷ ପୂର୍ବରୁ କାନପୁରର ଶିବାଲା ନିବାସୀ ବଦ୍ରି ନାରାୟଣ ତିୱାରୀ ଡା. ମାହି ତଲତଙ୍କୁ ରାମାୟଣ ଦେଇଥିଲେ । ଏହାପରେ ମାହି ନିଷ୍ପତ୍ତି ନେଲେ ଯେ, ଏହାକୁ ସେ ଉର୍ଦ୍ଦୁରେ ଲେଖିବେ ଓ ହିନ୍ଦୁ ଧର୍ମ ସହିତ ମୁସଲିମ୍ ଲୋକଙ୍କୁ ବି ରାମାୟଣର ସଦଗୁଣ ସହିତ ଅବଗତ କରାଇବେ । ରାମାୟଣ ଲେଖିବା ପରେ ମାହି କହିଲେ କି ସମସ୍ତ ଧର୍ମର ଧାର୍ମିକ ଗ୍ରନ୍ଥ ଭଳି ରାମାୟଣ ବି ଏକତା ଓ ଭାଇଚାରାର ସନ୍ଦେଶ ଦିଏ । ସେ ରାମାୟଣକୁ ଉର୍ଦ୍ଦୁରେ ଲେଖିବା ପରେ ତାଙ୍କୁ ବହୁତ ଶାନ୍ତି ମିଳିଲା । ହିନ୍ଦୀ ସାହିତ୍ୟରେ ଏମଏ ଏବଂ ଡକ୍ଟରେଟ୍ ଡିଗ୍ରୀ ପ୍ରାପ୍ତ କରିଥିବା ମାହି କହିଲେ କି ସମାଜର କିଛି ଲୋକ ଧାର୍ମିକ ମାମଲାକୁ ଉତ୍ତେଜିତ କରି ନିଜ ସ୍ୱାର୍ଥର ଦୋକାନ ଚଳାନ୍ତି । ସମସ୍ତ ଧର୍ମର ଲୋକଙ୍କୁ ପରସ୍ପର ମଧ୍ୟରେ ପ୍ରେମ ଓ ସଦଭାବନା ସହିତ ରହିବା ଜରୁରୀ । ସେଥିପାଇଁ ପରସ୍ପରର ଧର୍ମକୁ ସମ୍ମାନ ଦିଆଯିବା ଉଚିତ୍ ।