ଚଳନ୍ତା ଟ୍ରେନରେ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ! ହ୍ୱାର୍ଟସଆପ ଜରିଆରେ ପ୍ରସବ କରାଇଲେ ଡାକ୍ତରୀ ଛାତ୍ର

93

ଆମେ ହ୍ୱାର୍ଟସଆପରେ ମେସେଜ ଚାର୍ଟ, ଭଏସ କଲ, ଭିଡିଓ କଲ ଆଦି କରିଥାଉ । କିନ୍ତୁ ହ୍ୱାର୍ଟସଆପରେ ପ୍ରସବ କରାଇବା କଥା କେବେ ଶୁଣିଛନ୍ତି କି ? ବୋଧହୁଏ ନାଁ । ଏମିତି ଏକ ଘଟଣା ଘଟିଛି ଅହମଦାବାଦ-ପୁରୀ ଏକ୍ସପ୍ରେସରେ । ଏଠାରେ ଚଳନ୍ତା ଟ୍ରେନରେ ଜଣେ ଡାକ୍ତରୀ ଛାତ୍ର ‘ଥ୍ରୀ ଇଡିୟଟସ୍’ ସିନେମା ଷ୍ଟାଇଲରେ ମହିଳାଙ୍କ ପ୍ରସବ କରାଇଛନ୍ତି । ସୂଚନା ଅନୁସାରେ ଅହମଦାବାଦ-ପୁରୀ ଏକ୍ସପ୍ରେସର ଏକ ସାଧାରଣ ବଗିରେ ଚିତ୍ରଲେଖା ନାମକ ଜଣେ ମହିଳା ଯାତ୍ରା କରୁଥିଲେ ।

ଟ୍ରେନ ନାଗପୁର ପାଖାପାଖି ହେବା ସମୟରେ ହଠାତ ତାଙ୍କର ପ୍ରସବ ପୀଡା ଆରମ୍ଭ ହୋଇଥିଲା । ଏହାଦେଖି ପରିବାର ଲୋକ ଟ୍ରେନର ଚେନ ଟାଣି ତାଙ୍କୁ ମେଡିକାଲ ନେବା ପାଇଁ ଭାବିଲେ । ସୌଭାଗ୍ୟବସତଃ ସେହି ଟ୍ରେନରେ ଯାତ୍ର କରୁଥିଲେ ଜଣେ ଡାକ୍ତରୀ ଛାତ୍ର ବିପିନ ଖଡସେ । ମହିଳାଙ୍କ ପ୍ରସବ ପୀଡା ଆରମ୍ଭ ହେବା ଦେଖି ସେ ତାଙ୍କର ସିନୟର ଡାକ୍ତରଙ୍କ ପରାମର୍ଶ ନେଇ ପ୍ରସବ କରିବାରେ ସାହାଯ୍ୟ କରଥିିଲେ । ବିପିନଙ୍କ କହିବା ଅନୁସାରେ ଚଳନ୍ତା ଟ୍ରେନରେ ଘଟଣାସ୍ଥଳରେ ଉପସ୍ଥିତ ମହିଳାଙ୍କ ଶାଢୀରେ ତିଆରି କରାଗଲା ଲେବର ରୁମ ।

ବିପିନ ତା’ପରେ ହ୍ୱାଟସଆପ ଜରିଆରେ ସିନିଅରଙ୍କ ଠାରୁ ସୂଚନା ନେଇ ପ୍ରସବ କରାଇଲେ । ଏନେଇ ନାଗପୁରର ରେଲୱ କର୍ମଚାରୀଙ୍କୁ ଆଗରୁ ଅବଗତ କରାଯାଇଥିଲା ଏବଂ ସେମାନେ ଷ୍ଟେସନରେ ପୂର୍ବରୁ ଉପସ୍ଥିତ ରହିଥିଲେ । ଟ୍ରେନ ଷ୍ଟେସନରେ ପହଞ୍ଚିବା ପରେ ତୁରନ୍ତ ମା ଓ ନବଜାକକ ଯାଞ୍ଚ କରାଗଲା । ସୂଚନା ଅନୁସାରେ ଏବେ ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ବୋଲି ଜଣାପଡିଛି ।