ଶାରୀରିକ ସମ୍ପର୍କ ପାଇଁ ମନାକଲେ ମହିଳା! ବିବାହର ମାତ୍ର ୫ ଘଣ୍ଟା ପରେ ସ୍ୱାମୀ ଦେଲା ଛାଡପତ୍ର

54

ବିବାହର ପାଞ୍ଚ ଘଣ୍ଟା ପରେ ସ୍ୱାମୀ ଦେଲା ଛାଡପତ୍ର । କାନପୁରର ଅଶୋକ ନଗର ଅଞ୍ଚଳରେ ରହୁଥିବା ଜଣେ ମହିଳା ଏପରି ଅଭିଯାଗ ଆଣିଛନ୍ତି । ସେ କହିଛନ୍ତିି କି ତାଙ୍କ ସ୍ୱାମୀ ବିବାହର ମାତ୍ର ୫ ଘଣ୍ଟା ପରେ ତାଙ୍କୁ ଛାଡପତ୍ର ଦେବା ପାଇଁ କହିଛନ୍ତି । ଏହାର କାରଣ ମହିଳା ଜଣଙ୍କ ତାଙ୍କ ସହ ଶାରୀରିକ ସମ୍ମନ୍ଧ ରଖିବା ପାଇଁ ମନା କରିଥିଲେ ।

ସୂଚନା ଅନୁସାରେ ପୀଡିତା ମହିଳା ଆଲିଆ ସିଦ୍ଦୀକି ୨୦୧୬ରେ ବିବାହ କରିଥିଲେ । ବିବାହ ପରେ ମହିଳା ଜାଣିବାକୁ ପାଇଥିଲେ କି ତାଙ୍କ ସ୍ୱାମୀ ଆଗରୁ ବିବାହିତ । ଏସବୁ ଜାଣିବା ପରେ ସେ ସ୍ୱାମୀଙ୍କ ସହ ଶାରୀରିକ ସମ୍ମନ୍ଧ ରଖିବା ପାଇଁ ମନା କରି ଦେଇଥିଲେ । ଏଥିରେ ଆଲିଆଙ୍କ ସ୍ୱାମୀ ଉତକ୍ଷିପ୍ତ ହୋଇ ତାଙ୍କୁ ଛାଡପତ୍ର ଦେବେ ବୋଲି କହିଥିଲେ । ଏବଂ ସ୍ୱିଡ ପୋଷ୍ଟ ଜରିଆରେ ୨ ମାସ ପରେ ତାଙ୍କୁ ତିନି ତଲାକର କାଗଜ ପଠାଇଥିଲେ ଅଭିଯୁକ୍ତ ସ୍ୱାମୀ ।

ପୀଡିତା ମହିଳା ଆଲିଆ ସିଦ୍ଦୀକିଙ୍କ କହିବା ଅନୁସାରେ ସେ ତିନି ତଲାକକୁ ମାନନ୍ତି ନାହିଁ । ଏହାସହ ସେ କହିଛନ୍ତି ଶାଶୁଘରୁ ତାଙ୍କୁ ଧକ୍କା ଦେଇ ବାହାର କରି ଦେଇଥିଲେ । କେବଳ ଏତିକି ନୁହଁ ମୁହଁରେ ଏସିଡ ପକାଇବାର ପାଇଁ ଧମକ ମଧ୍ୟ ଦେଇଥିଲେ । ଆଗରୁ ଏନେଇ ଅଭିଯୋଗ ହୋଇଥଲେ ମଧ୍ୟ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ବୋଲି ସେ ଅଭିଯୋଗେ କରିଛନ୍ତି ।