କେରଳରେ ଉଦଘାଟିତ ହେଲା ନୂଆ ବିମାନ ବନ୍ଦର ! ୪ଟି ଆନ୍ତର୍ଜାତୀୟ ଏୟାରପୋର୍ଟଯୁକ୍ତ ପ୍ରଥମ ରାଜ୍ୟ

149

କେରଳରେ ଉଦଘାଟିତ ହେଲା ୪ର୍ଥ ଅନ୍ତର୍ଜାତୀୟ ବିମାନ ବନ୍ଦର । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜରନ୍ ଓ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଆଜି କନ୍ନୁରର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିଛନ୍ତି । କନ୍ନୁର ବିମାନ ବନ୍ଦର ସହ କେଳର ଭାରତର ପ୍ରଥମ ଏପରି ରାଜ୍ୟ ଯେଉଁଠି ଅଛି ୪ ଟି ଅନ୍ତର୍ଜାତୀୟ ବିମାନମନ୍ଦର । ପାଖାପାଖି ୧୦ଟାରେ ଏକ ବିମାନ ଉଡ଼ାଣ ଭରିଥିଲା ।

ଏହି ବିମାନ ବନ୍ଦରକୁ ନିର୍ମାଣ କରିବା ପାଇଁ ୨୦୦ ଏକର ଜମି ଓ ୧,୮୦୦ କୋଟି ଟଙ୍କା ବ୍ୟୟ କରାଯାଇଛି । ନୂଆ ବିମାନ ବନ୍ଦରରେ ଏକକାଳୀନ ୨ ହଜାର ଯାତ୍ରୀ ଏକାଠି ହୋଇ ପାରିବେ ବୋଲି ସୂଚନା ରହିଛି । ବର୍ଷକୁ ପ୍ରାୟ ୧.୫ ମିଲୟନ୍ ଅନ୍ତର୍ଜାତୀୟ ଯାତ୍ରୀ ଯାତାୟତ କରିବେ । ବିମାନବନ୍ଦରଟିର ରନୱେର ଲମ୍ବ ହେଉଛି ୩,୦୫୦ ମିଟର୍ ଓ ଏହାକୁ ପରବର୍ତ୍ତୀ ସମୟରେ ୪ ହଜାର ମିଟର ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇ ପାରିବ।

ଅତିଥିମାନଙ୍କ ଉପସ୍ଥିତିରେ ଏହି ବିମାନ ବନ୍ଦରରୁ ପ୍ରଥମ ବିମାନ ୧୮୦ ଯାତ୍ରୀଙ୍କୁ ନେଇ ଆବୁଧାବିକୁ ଉଡ଼ାଣ ଭରିଛି । ଏହି ବିମାନ ବନ୍ଦରଟି ଦେଶ ବହାରକୁ ସଂଯୋଗ କରିବା ସହିତ ହାଇଦ୍ରାବାଦ୍, ବେଙ୍ଗାଲୁର ଏବଂ ମୁମ୍ବାଇକୁ ମଧ୍ୟ ସଂଯୋଗ କରିବ । ଉଲ୍ଳେଯୋଗ୍ୟ, କେରଳରେ ଥିବା ଅନ୍ୟ ୩ଟି ବିମାନ ବନ୍ଦର ତିରୁବନନ୍ତପୁରମ, କୋଚି ଏବଂ କୋଜିକୋଡଠାରେ ରହିଛି ।