ଏଆଇଏସଏଫର ୮୦ ବର୍ଷ ପୂର୍ତୀ ଉତ୍ସବ : ଆଜି ଭୁବନେଶ୍ୱର ଆସୁଛନ୍ତି ଜେଏନୟୁର ପୂର୍ବତନ ସଭାପତି କହ୍ନେୟା କୁମାର

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଅଖିଳ ଭାରତ ଛାତ୍ର ସଂଘ ପାଳନ କରୁଛି ୮୦ତମ ବର୍ଷ ପୂର୍ତି ଉତ୍ସବ। ଏହାକୁ ଆଜାଦୀ ସମାବେଶ ନାଁରେ ପାଳନ କରୁଛି ସଂଘ । ଏହି ସମାବେଶ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଛି ଏଆଇଏସଏଫ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛନ୍ତି ଦିଲ୍ଲୀ ଜେଏନୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର । ସେ ଦିନ ୧୧ଟା ବେଳେ ଭୁବନେଶ୍ୱର ଷ୍ଟେସନରେ ପହଂଚିବେ ଏବଂ ପରେ ରାଷ୍ଟ୍ରଭାଷା ପ୍ରଚାର ସମିତିରେ ଆୟୋଜିତ ହେଉଥିବା ବୈଠକରେ ଯୋଗ ଦେବେ । ଏହାସହ ଏହି କାର୍ଯ୍ୟକ୍ରମରେ ଏଆଇଏସଏଫର ଜାତୀୟ ସାଧାରଣ ସମ୍ପାଦକ ବିଶ୍ୱଜିତ କୁମାର ମଧ୍ୟ ଯୋଗ ଦେବେ ।