ଭୁବନେଶ୍ୱରରେ କହ୍ନେୟା କୁମାର : ମୋଦିଙ୍କୁ କଲେ କଡା ସମାଲୋଚନା

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜାଦୀ ସମାବେଶରେ ଯୋଗଦେଇ ଦିଲ୍ଲୀ ଜେଏନୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର, ମୋଦି ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି । କହିଛନ୍ତି ସରକାରଙ୍କୁ ବିରୋଧ କରିବା ଅର୍ଥ ଦେଶକୁ ବିରୋଧ କରିବା ନୁହେଁ । କିନ୍ତୁ ସରକାରଙ୍କୁ ବିରୋଧ କରିଥିବାରୁ ତାଙ୍କୁ ଦେଶଦ୍ରୋହୀ ସଜାଇ ଜେଲରେ ଭର୍ତି କରାଗଲା ।

ସେହିପରି ନିର୍ଦ୍ଦିଷ୍ଟ ବିଚାରଧାରାକୁ ଲୋକଙ୍କ ଉପରେ ଲଦିଦେବା ଉଚିତ ନୁହେଁ ବୋଲି ମୁକ୍ତ କଣ୍ଠରେ କହିଛନ୍ତି କହ୍ନେୟା । ବିବିଧତା ଭିତରେ ଏକତା ଭାରତର ପରିଚୟ । ହେଲେ ଏହି ବିବିଧତାକୁ ନଷ୍ଟ କରାଯାଉଥିବା ଅଭିଯୋଗ ଆଣିଛନ୍ତି ସେ । ସରକାର ଦେଇଥିବା, ସମସ୍ତ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି । ଶିଳ୍ପପତିଙ୍କ ପାଇଁ କେନ୍ଦ୍ରରେ ମୋଦି ସରକାର କାମ କରୁଥିବା ଲାଂଛନା ଲଗାଇଛନ୍ତି କହ୍ନେୟା କୁମାର ।