ବ୍ରହ୍ମପୁର ବଡ ମେଡ଼ିକାଲରେ ବିରଳ ଅସ୍ତ୍ରୋପଚାର : କାହ୍ନାକୁ ମିଳିବ ନୂଆ ଚେହେରା, ଓଟିରେ ୭ ଘଂଟାରୁ ଅଧିକ ସମୟ ଧରି ଚାଲିଲା ଅପରେସନ୍

40

କନକ ବ୍ୟୁରୋ : ନୂଆ ଜୀବନ ପାଇବ କାହ୍ନା । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଘୁଆ ଗାଁର କାହ୍ନାଙ୍କ ପ୍ରଥମ ପର୍ଯ୍ୟାାୟ ଅସ୍ତ୍ରୋପଚାର ହୋଇଛି । ପରୀକ୍ଷା ନିରୀକ୍ଷା ପରେ ବ୍ରହ୍ମପୁର ବଡ ମେଡିକାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ଏହି ଅସ୍ତ୍ରୋପଚାର କରିଛନ୍ତି । ଜନ୍ମଗତ ଦୋଷର ଶିକାର ହୋଇ ରାମଚନ୍ଦ୍ରଙ୍କ ପୁଅ କାହ୍ନା ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହାର ପ୍ରଭାବରେ ତାଙ୍କ ଶରୀରରେ କଳାଜାଇ ମନ୍ଦା ସୃଷ୍ଟି ହେବା ସହ ଦିନକୁ ଦିନ ମାଂସ ପିଣ୍ଡୁଳା ଓ ଲୋମ ବଢିବାରେ ଲାଗିଥିଲା । ଜନ୍ମହେବା ପରେ ପରିବାର ଲୋକେ କାହ୍ନାଙ୍କୁ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ଟଙ୍କାର ଅଭାବ ଯୋଗୁଁ ଚିକିତ୍ସା ସମ୍ଭବ ହୋଇପାରିନଥିଲା । ତେବେ କାହ୍ନାଙ୍କୁ ଏବେ ଜିଲ୍ଲା ପ୍ରଶାସନ ସହାୟତାରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା କରାଯାଉଛି ।

Kahana

ସୂଚନାଯୋଗ୍ୟ ୭ ବର୍ଷର ଶିଶୁ କାହ୍ନା ମୁହଁରେ ଲୋମ ଓ ମାଂସ ବଢ଼ିବାରେ ଲାଗିଥିଲା । ଚେହେରା ଏମିତି ହେଇଛି ଯେ ନିଜକୁ ଆଇନାରେ ଦେଖିବା ମଧ୍ୟ ତା’ ପାଇଁ ଅସହଜ ମନେକରୁଥିଲା । କିନ୍ତୁ ଆର୍ଥିକ ସମସ୍ୟା ଯୋଗୁଁ ଅସହାୟ କାହ୍ନାର ଚିକିତ୍ସା ହୋଇପାରୁ ନଥିଲା । ଏସଂକ୍ରାନ୍ତ ଖବର ଗତ ୧୬ ତାରିଖରେ ପ୍ରକାଶିତ ହୋଇଥିଲା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟ୍ଵିଟର୍ ମାଧ୍ୟମରେ ବାର୍ତା ପହଞ୍ଚିଥିଲା । କାହ୍ନାର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରିଥିଲେ ।