ପ୍ରକାଶ ପାଇଲା ‘NEST’ ଫଳାଫଳ । ସର୍ବଭାରତୀୟ ସ୍ତରରେ ପ୍ରଣବ ଟପ୍ପର, କାହ୍ନା ଜୈନ ଓଡ଼ିଶା ଟପ୍ପର ।

261

କନକ ବ୍ୟୁରୋ : ପ୍ରକାଶ ପାଇଛି ‘NEST’ ଫଳାଫଳ । ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଆଇ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ନାଇଜର)ରେ ନାମ ଲେଖା ପାଇଁ ନେଷ୍ଟ (ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ) ଫଳ ମଙ୍ଗଳବାର ପ୍ରକାଶିତ ହୋଇଛି। ସର୍ବଭାରତୀୟ ସ୍ତରରେ ପଶ୍ଚିମବଙ୍ଗର ପ୍ରଣୟ ଦେ ଟପ୍ପର ହୋଇଥିବା ବେଳେ ଭୁବନେଶ୍ୱରର କାହ୍ନା ଜୈନ ଓଡ଼ିଶା ଟପ୍ପର ହୋଇଛନ୍ତି।ଭୁବନେଶ୍ୱରର ୟୁନିଟ୍-୮ ଡିଏଭି ସ୍କୁଲର ଛାତ୍ର କାହ୍ନା ୯୪.୨ ପ୍ରତିଶତ ନମ୍ବର ରଖି ଓଡିଶା ଟପ୍ପର ହୋଇଛନ୍ତି । ପ୍ରଥମ ପ୍ରୟାସରେ କାହ୍ନା ଏହି ସଫଳତା ହାସଲ କରିଛନ୍ତି । ଭବିଷ୍ୟତରେ ଗଣିତ ଉପରେ ଅଧିକ ଅଧ୍ୟୟନ କରିବେ ବୋଲି କହିଛନ୍ତି କାହ୍ନା ।

ପ୍ରଥମ ଶହେ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୨୨ ଜଣ ରହିଛନ୍ତି। ସେହିପରି ୧୭୭୯ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ନେଷ୍ଟ ପାଇଁ ୫୩ ହଜାର ୪୫୦ ପିଲା ଆବେଦନ କରିଥିଲେ ବୋଲି ନେଷ୍ଟ ସଂଯୋଜକ ହିମାଂଶୁ ବିଶ୍ୱାଳ ସୂଚନା ଦେଇଛନ୍ତି।