ଫେସବୁକ୍, ଟ୍ୱିଟର୍ ଓ ଇଂଷ୍ଟାଗ୍ରାମକୁ କଙ୍ଗନାଙ୍କ ନାପସନ୍ଦ : କହିଲେ ସୋସିଆଲ୍ ମିଡିଆରେ କେବେ ବି ଦେବେନି ଯୋଗ

30

ବଲିଉଡ୍ କୁଇନ୍ କଙ୍ଗନା ରଣାୱତଙ୍କ ଫ୍ୟାନମାନଙ୍କ ପାଇଁ ଏକ ସ୍ୟାଡ୍ ନ୍ୟୁଜ୍ । ଯେଉଁମାନେ ବି ଅପେକ୍ଷା କରିଛନ୍ତି, ତାଙ୍କର ପ୍ରିୟ ନାୟିକା କଙ୍ଗନା କେବେ ନା କେବେ ସୋସିଆଲ୍ ମିଡିଆକୁ ଆସିବେ ବୋଲି, ତାହାଲେ ସେମାନେ ନିଜ ଆଶା ଛାଡି ଦିଅନ୍ତୁ । କାରାଣ ସୋସିଆଲ୍ ମିଡିଆରେ କେବେ ବି ଯୋଗ କଙ୍ଗନା । ନିକଟରେ ନିଜର ଏକ ଇଂଟର୍ଭ୍ୟୁରେ ଏମିତି କିଛି ବୟାନ ରଖିଛନ୍ତି କଙ୍ଗନା ।

ବି-ଟାଉନରେ ଏବେ ବି ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ, ସୋସିଆଲ୍ ମିଡିଆରେ ସକ୍ରିୟ ନାହାଁନ୍ତି । ଆଉ ସେମାନଙ୍କ ଫ୍ୟାନମାନେ ଚାହିଁବସିଛନ୍ତି, କେବେ ଏହି ସବୁ ସେଲିବ୍ରିଟି ସୋସିଆଲ୍ ମିଡିଆରେ ଯୋଗଦେବେ । ସେମିତି ଜଣେ ନାୟିକା, ଯିଏ ସୋସିଆଲ୍ ମିଡିଆରେ ଯୋଗ ଦିଅନ୍ତୁ ବୋଲି ଫ୍ୟାନ୍ସ ଚାହିଁ ବସିଛନ୍ତି । ସେ ହେଲେ ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ନିଜ ପ୍ରଭାବଶାଳୀ ଅଭିନୟ ପାଇଁ ବଲିଉଡରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ କଙ୍ଗନାଙ୍କ ରହିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍ । ଆଉ ସେମାନେ ଚାହିଁ ବସିଛନ୍ତି କେବେ ତାଙ୍କର ଏହି ପ୍ରିୟ ନାୟିକା ସୋସିଆଲ୍ ମିଡିଆରେ ଯୋଗ ଦେବେ । ହେଲେ ଫ୍ୟାନମାନଙ୍କ ଏହି ୱିସ୍ କେବେବି ପୁରଣ ହୋଇ ପାରିବ ନାହିଁ ବୋଲି କହିଛନ୍ତି ବୁଲେଟ୍ ରାନୀ ।

କଙ୍ଗନା ନିଜର ଏକ ରିସେଂଟ୍ ଇଂଟରଭ୍ୟୁରେ କହିଛନ୍ତି ସେ କେବେବି ସୋସିଆଲ୍ ମିଡିଆରେ ଆସିବେ ନାହିଁ । ସେ କହିଛନ୍ତି “ସୋସିଆଲ୍ ମିଡିଆର ବ୍ୟବହାର ଅଯଥା ସମୟ ନଷ୍ଟ… ଆଉ ନିଜର ମୂଲ୍ୟବାନ ସମୟକୁ ମୁଁ ଏହି ଅଯଥା କାମରେ ନଷ୍ଟ କରିବାକୁ ଆଦୌ ଚାହିଁବି ନାହଁ… ସେଥିପାଇଁ ମୁଁ ସୋସିଆଲ୍ ମିଡିଆ ବ୍ୟବହାର କରୁ ନାହିଁ… କି ଆଗକୁ କେବେବି କରିବି ନାହିଁ… ” । ଏମିତିରେ ବି ଅନେକ ବିଜ୍ଞାପନ କମ୍ପାନୀ ମାଲିକ ମାନେ ବି କଙ୍ଗନାଙ୍କୁ ସୋସିଆଲ୍ ମିଡିଆରେ ରହିବାକୁ କହୁଛନ୍ତି । ଏହାହେଲେ କଙ୍ଗନା ଏଣ୍ଡୋର୍ସ କରୁଥିବା ବ୍ରାଣ୍ଡର ସୋସିଆଲ୍ ମିଡିଆରେ ପ୍ରମୋସନ୍ ବି ହୋଇ ପାରିବ । ହେଲେ କଙ୍ଗନାଙ୍କୁ ସୋସିଆଲ୍ ମିଡିଆର ବ୍ୟବହାର ଆବଶ୍ୟକୀୟ ବୋଲି ମନେ ହୁଏ ନାହିଁ ବୋଲି ସେ ସବୁବେଳେ କହି ଆସିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ସୋସିଆଲ୍ ମିଡିଆରେ କେବେବି ଏହି ନାୟିକା ନିଜକୁ ସାମିଲ୍ କରିବେ ନାହିଁ । ଆଉ ଏହି ଖବରଟି କଙ୍ଗନାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିବ ନିଶ୍ଚୟ ।