ଗାଁ ମଝିରେ କଙ୍ଗାରୁ କୋର୍ଟ । ଚୋର ଧରିବାକୁ ତାନ୍ତ୍ରିକ ସହାୟତା ନେଲେ ନୟାଗଡ଼ ରାଜସୁନାଖଳା କୋଟଗଡ଼ ଗ୍ରାମବାସୀ

ଗାଁ ମଝିରେ କଙ୍ଗାରୁ କୋର୍ଟ

647
କନକ ବ୍ୟୁରୋ : ଗାଁ ମଝିରେ କଙ୍ଗାରୁ କୋର୍ଟ । ଚୋର ଧରିବାକୁ ତାନ୍ତ୍ରିକ ସହାୟତା ନେଲେ ନୟାଗଡ଼ ରାଜସୁନାଖଳା କୋଟଗଡ଼ ଗ୍ରାମବାସୀ ।  ଚୋର ଧରିବାକୁ ଗାଁରେ ତାନ୍ତ୍ରିକ ସହାୟତାରେ ଖଟିଆ ବୁଲାଇଛନ୍ତି । ଏହା ପରେ  ଚୋର ସନ୍ଦେହରେ ଗୋଟିଏ ପରିବାରକୁ ଗ୍ରାମବାସୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପରିବାର ଲୋକଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଥାନାରେ ଏ ନେଇ ଅଭିଯୋଗ ମଧ୍ୟ ହୋଇଛି ।
ତେବେ କେବଳ ଏବେ ନୁହେଁ ପୂର୍ବରୁ ମଧ୍ୟ ଅନେକ ସ୍ଥାନରେ ଏପରି ଭାବରେ କଙ୍ଗାରୁ କୋର୍ଟ ହେଉଥିବା ନେଇ ଅଭିଯୋଗ ଆସିଛି । ହେଲେ କାହିଁକି ବାରାମ୍ବାର ଲୋକାମାନେ ଏପରି ଭାବରେ କଙ୍ଗାରୁ କୋର୍ଟ କରାଉଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଅନେକ କହିଛନ୍ତି ।