ମହଙ୍ଗା ପଡିଲା ମାଲିକ ଝିଅଙ୍କୁ ପ୍ରେମ: ଭୁବନେଶ୍ୱରରୁ ପ୍ରେମିକଙ୍କୁ ଆଣି ଗାଁରେ ଚାଲିଲା କଙ୍ଗାରୁ କୋର୍ଟ, ବାପାଙ୍କ ଆଗରେ କଲେ ଉଲଗ୍ନ

31

କନକ ବ୍ୟୁରୋ: ଯୁବକଙ୍କୁ ମହଙ୍ଗା ପଡିଲା ପ୍ରେମ । ପଂଚାୟତ କଙ୍ଗାରୁ କୋର୍ଟରେ ଉଲଗ୍ନ କରି ମାଡ ଅଭିଯୋଗ । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ମେରାଇନ ଥାନା ଅନ୍ତର୍ଗତ ରେକ୍ଟା ଗାଁରେ । ଏହି ଗାଁର ସଦାନନ୍ଦ ଜେନାଙ୍କ ପୁଅକୁ ସରପଂଚ ଏବଂ ଗ୍ରାମର କିଛି ଲୋକ ପଂଚାୟତ କାର୍ଯ୍ୟାଳୟ ପରିସରରେ ଲଙ୍ଗଳା କରି କାଠଫାଳିଆରେ ମାଡ ମାରିଥିଲେ । ଏଥିସହ ତାଙ୍କ ଉଲଗ୍ନ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ଏହି ଯୁବକ ଜଣଙ୍କ ଶିକାରୀପାହି ଗ୍ରାମର ବୁଲୁ ଜେନାଙ୍କ ନିକଟରେ କାମ କରୁଥିଲେ । ବୁଲୁଙ୍କ ଝିଅ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଉକ୍ତ ଯୁବକ ଜଣଙ୍କ ବୁଲୁ ଜେନାଙ୍କ ଝିଅକୁ ନେଇ ଭୁବନେଶ୍ୱର ଚାଲିଆସିଥିଲେ । ଗତକାଲି ତାଳଚୁଆର ୭ରୁ ୮ଜଣ ଲୋକ ଯୁବକଙ୍କୁ ଭୁବନେଶ୍ୱରରୁ ଗାଁକୁ ଆଣିଥିଲେ । ଏହା ପରେ ଆରମ୍ଭ ହୋଇଥିଲା କଙ୍ଗାରୁକୋର୍ଟ ।