ଗଂଜାମରେ କଙ୍ଗାରୁ କୋର୍ଟ । ଚୋରି ଅଭିଯୋଗରେ ଯୁବକଙ୍କୁ ଲଣ୍ଡାକଲେ ଗ୍ରାମବାସୀ ।

24

କନକ ବ୍ୟୁରୋ : ଚୋରି କରିଥିବା ଅଭିଯୋଗରେ ଯୁବକଙ୍କୁ ବାନ୍ଧିଲେ ଗ୍ରାମବାସୀ । ଯୁବକଙ୍କୁ ବିଦ୍ୟୁତ ଖୁଂଟରେ ବାନ୍ଧି ଲଣ୍ଡା କଲେ ଗ୍ରାମବାସୀ । ଏପରି ଘଟଣା ଘଟିଛି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଂଚଳର ବଡଚଢିଆ ପଡା ଗାଁରେ । ସ୍ଥାନୀୟ ଅଂଚଳରେ ଦୀର୍ଘ ଦିନ ଧରି ଚୋରୀ ବଢିଚାଲିଥିବା ବେଳେ ପୁଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ଗାଁରେ ଆଜି ସମ୍ପୃକ୍ତ ଯୁବକ ଜଣକ ଚୋରୀ କରୁଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ । ଉତ୍ୟକ୍ତ ଲୋକେ ଅଭିଯୁକ୍ତକୁ ଧରି ବିଦ୍ୟୁତ ଖୁଂଟରେ ବାନ୍ଧିବା ପରେ ଲଣ୍ଡା କରିଦେଇଛନ୍ତି । ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରି ଫାଣ୍ଡିରେ ରଖିଛି ।