ଗାଁ ଦାଣ୍ଡରେ ମହିଳାଙ୍କୁ ଉଲଗ୍ନ କରି ଦଉଡିରେ ବାନ୍ଧି ଶାସ୍ତି ! ପ୍ରଜାକୋର୍ଟରେ ଗାଁ ଲୋକେ କଲେ ବିଚାର

37

କନକ ବ୍ୟୁରୋ : ଅସହାୟ ମହିଳାଙ୍କ ଉପରେ ଗ୍ରାମବାସୀଙ୍କ ଜୁଲୁମ । ହାତ-ଗୋଡ ବାନ୍ଧି ନିର୍ଧୁମ ମାଡ । ଅମାନବୀୟ, ଅମାନୁଷିକ । ମୟୂରଭଂଜ ଜିଲ୍ଲା ବେତନଟୀ ଆମ୍ବଯୋଡା ଗାଁରେ ସାମ୍ନାକୁ ଆସିିଥିଲା ଏହି ସମ୍ବେଦନଶୀଳ ଖବର । ଯାହା ସଭ୍ୟ ସମାଜର ଲୋକଙ୍କ ମାନବିକତା ଉପରେ ଉଠାଇଛି ପ୍ରଶ୍ନ ?

ଅସହାୟ ମହିଳାଙ୍କ ପ୍ରତି ଅକଥନୀୟ ଅତ୍ୟାଚାର । ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଉଛନ୍ତି ମୁରବି ସାଜିଥିବା ମହିଳାମାନେ । ତାପରେ ହାତ ଗୋଡ ବାନ୍ଧି ନିର୍ଧୁମ ମାଡ । ଲାତ, ଗୋଇଠା, ବିଧା , ଯିଏ ଯେମିତି ପାରୁଛି ମାରି ଚାଲିଛି । ମାଡ ମାରିବାର ସୀମା ନାହିଁ । ମହିଳା ଜଣକ ଯେତେ ନେହୁରା ହେଲେ ବି କେହି ଶୁଣୁନାହାଁନ୍ତି । ଆଉ ଗାଁଲୋକଙ୍କ ଏମିତି ଆଖିବୁଜା ମାଡ ପଛର କାରଣ ଶୁଣିଲେ ଆପଣ ଆଶ୍ଟର୍ଯ୍ୟ ହେବେ । ମହିଳାଙ୍କ ଦୋଷ ହେଲା ଜଣେ ପୁରୁଷଙ୍କ ସହ ତାଙ୍କ ସମ୍ପର୍କ ।

ଗାଁ ଲୋକଙ୍କ ଅଭିଯୋଗ, ଜଣେ ପୁରୁଷଙ୍କ ସହ ସଂପୃକ୍ତ ମହିଳାଙ୍କ ଅବୈଧ ସମ୍ପର୍କ ରହିଛି । ସଂପୃକ୍ତ ବ୍ୟକ୍ତି ଜଣକ ନିଇତି ମହିଳାଙ୍କ ଘରକୁ ଆସନ୍ତି । ଏହାକୁ ଦେଖି ତାତି ଉଠିଥିଲେ ସମାଜର ତଥାକଥିତ ମୁରବୀ ମାନେ । ଆଉ ମହିଳାଙ୍କୁ ଶାସ୍ତି ଦେବାକୁ ବସିଥିଲା ପ୍ରଜାକୋର୍ଟ । ନିଷ୍ପତି ମୁତାବକ ଉଭୟ ମହିଳା ଓ ପୁରୁଷଙ୍କୁ ବାନ୍ଧି ନିସ୍ତୁକ ମାଡ ମରାଯାଇଥିଲା । ଏତିକିରେ ଶାନ୍ତ ପଡିନଥିଲା ରାଗ । ମାଡ ମାରିବା ପରେ ଉଭୟଙ୍କୁ ଲଣ୍ଡା କରି କାଳି ବୋଳିବାକୁ ଉଦ୍ୟମ ବି କରୁଥିଲେ । ପୋଲିସ ଗାଁରେ ପହଁଚି ୧୨ ଜଣଙ୍କୁ ଗିରଫ କରିଛି ।