ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ ! ଦୁଷ୍କର୍ମ ଉଦ୍ୟମ ଓ ପିଲାଚୋରୀ ଅଭିଯୋଗରେ ୩ଯୁବକଙ୍କୁ ନିସ୍ତୁକ ଛେଚିଲେ ଗ୍ରାମବାସୀ

31

କନକ ବ୍ୟୁରୋ : ପୁଣି ପ୍ରଜାକୋର୍ଟରେ ନିଷ୍ପତି । ୩ଯୁବକଙ୍କୁ ବାନ୍ଧି ନିସ୍ତୁକ ଛେଚିଲେ ଗ୍ରାମାବାସୀ । ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଂଚଳରେ । ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଏବଂ ପିଲା ଚୋରି କରିବା ସନ୍ଦେହରେ ତିନି ଜଣ ଯୁବକଙ୍କୁ ବାନ୍ଧି ପକାଇ ନିସ୍ତୁକ ମାଡ ମାରିଛନ୍ତି ।

ତେବେ ଯୁବକମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଗ୍ରାମବାସୀମାନେ ଜବତ କରିଥିବା ସୂଚନା ମିଳିଛି । ପିଲା ଚୋରି କରୁଥିବା ନେଇ ପୁଲିସ୍ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ସେହି ଯୁବକମାନେ ସମସ୍ତେ ଠାକୁରମୁଣ୍ଡା ନିକଟସ୍ଥ ଅସଦକୁଦର ଗାଁର ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଁଚି ୩ଜଣଙ୍କୁ ଉଦ୍ଧାର କରିବା ସହ ଥାନାକୁ ଆଣି ଅଟକ ରଖିଛି ।