ଯାଜପୁର କୋରେଇରେ କଙ୍ଗାରୁ କୋର୍ଟ ! ଗ୍ରାମସଭାରେ ଆଣ୍ଠେଇଲେ ସାକ୍ଷୀ ଦେଇଥିବା ପ୍ରତ୍ୟକ୍ଷଦର୍ଶୀ

37

କନକ ବ୍ୟୁରୋ : ଯାଜପୁର କୋରେଇରେ କଙ୍ଗାରୁ କୋର୍ଟ । ସାକ୍ଷୀ ଦେଇ ହଟହଟା ହେଲେ ଜଳଖିଆ ଦୋକାନୀ । ଗ୍ରାମସଭାରେ ଆଣ୍ଠେଇଲେ ସାକ୍ଷୀ ଦେଇଥିବା ପ୍ରତ୍ୟକ୍ଷଦର୍ଶୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ କନ୍ତୋର ହାଟ ନିକଟରେ । ଏକ ରାଜନୈତିକ ଗଣ୍ଡଗୋଳ ଘଟଣାରେ ସାକ୍ଷ୍ୟ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ବିଚ୍ ରାସ୍ତାରେ ଶାସକ ଦଳର ନେତାଙ୍କ ପୁଅ ଆଣ୍ଠେଇ ଦେଇଥିବାର ଅଭିଯୋଗ ହୋଇଛି ।

ଖାଲି ସେତିକି ନୁହେଁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ନେଇ ବ୍ୟକ୍ତି ଜଣକ କୋରେଇ ଥାନାରେ ଅଭିଯୋଗ କରିଛନ୍ତି । ତେବେ ରାଜନୈତିକ ଆକ୍ରୋଶକୁ ନେଇ ସାଂସଦ ରୀତା ତରାଇଙ୍କ ସହଯୋଗୀ ଭିକାରୀ ବରାଳଙ୍କ ପୁଅ ଏଭଳି କରିଥିବାର ଅଭିଯୋଗ ହୋଇଛି । ଆଉ ଏହି ଘଟଣାକୁ ନେଇ ପୋଲିସ ଛାନଭିନ ଆରମ୍ଭ କରିଛି ।