ଗଂଜାମ ଦେଓଗାଁରେ କଙ୍ଗାରୁକୋର୍ଟ ! ଗୁଣିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ ମାରି ଲଣ୍ଡା କଲେ ଗ୍ରାମବାସୀ

39

କନକ ବ୍ୟୁରୋ : ଗାଁ ଦାଣ୍ଡରେ କଙ୍ଗାରୁକୋର୍ଟ । ଗୁଣି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଗାଁ ଦାଣ୍ଡରେ ଲଣ୍ଡା କଲେ ଗ୍ରାମବାସୀ । ଏଭଳି କଙ୍ଗାରୁକୋର୍ଟ ଚାଲିଛି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଦେଓଗାଁରେ । ଗୁଣିଆ ସନ୍ଦେହରେ ନିସ୍ତୁକ ମାଡ ମାରିବା ପରେ ଯୁବକଙ୍କୁ ଅଧା ଲଣ୍ଡା କରିଛନ୍ତି ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ପଂହଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ଅଟକ ରଖିଛି କବିସୂର୍ଯ୍ୟନଗର ଥାନା ପୁଲିସ ।

ଯୁବକଙ୍କ ଅବସ୍ଥା ଗ୍ରାମବାସୀ ଏଭଳି କରିଛନ୍ତି ଯେ, ତା’ର ପରିସ୍ଥିତି ଅତି ଦୟନୀୟ ହୋଇଛି । ଗତକିଛି ଦିନ ହେବ ଲଗାତାର ଭାବେ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସୁଛି । ତେବେ ଏଇଠି ପ୍ରଶ୍ନ ଉଠୁଛି କଙ୍ଗାରୁକୋର୍ଟ ନାଁରେ ଲୋକେ କିପରି ମାନବିକତାର ସୀମା ହରାଇ ବସୁଛନ୍ତି । ଆଉ ଗୋଟିଏ କଥା ହେଲା ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି କିପରି ହେଉଛି ?