କଙ୍ଗନାଙ୍କ ଖୁଲାସା ! ଗ୍ୟାଂଗଷ୍ଟାରରେ ସୁଯୋଗ ମିଳି ନଥିଲେ ଆଡଲ୍ଟ ସିନେମାରେ ହୋଇଥାନ୍ତେ ନାୟିକା

27

ବଲିଉଡ କୁଇନ କଙ୍ଗନା ରାଣାୱତ ନିଜର ନିର୍ଭୀକ ବୟାନବାଜି ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । କିନ୍ତୁ ନିକଟରେ ସେ ଏପରି କିଛି କହିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । କାରଣ ଏପରି କଥା ସର୍ବସାଧାରଣରେ ସ୍ୱୀକାର କରିବା ପାଇଁ ବହୁତ ସାହସ ଦରକାର । କଙ୍ଗନା କହିଛନ୍ତି ବଲିଉଡ ଜଗତରେ କାମ ଆରମ୍ଭ କରିବା ପୂର୍ବରୁ ସେ ଆଡଲ୍ଟ ସିନେମାରେ କାମ କରିବା ପାଇଁ ରାଜି ହୋଇ ଯାଇଥିଲେ । ୨୦୦୬ରେ ଅନୁରାଗ ବସୁଙ୍କ ସିନେମା ଗ୍ୟାଂଗଷ୍ଟାରରେ ଯଦି ଅଭିନୟ ପାଇଁ ସୁଯୋଗ ମିଳି ନଥାନ୍ତା ତେବେ ସେ ଆଡଲ୍ଟ ସିନେମାରେ କାମ କରିଥାନ୍ତେ ।

କଙ୍ଗନା ଏବେ ନମ୍ବର ୱାନ୍ ନାୟିକା ମାନଙ୍କ ମଧ୍ୟରୁ ଜଣେ । କିନ୍ତୁ ଏମିତି ସମୟ ଥିଲା ଯେତେବେଳେ ବଲିଉଡରେ କଙ୍ଗନାଙ୍କ କୌଣସି ଅସ୍ତିତ୍ୱ ନଥିଲା । ଆଡଲ୍ଟ ସିନେମା କରିବା ପୂର୍ବରୁ ଉକ୍ତ ସିନେମା ପାଁଇ ଏକ ଫଟୋସୁଟରେ କଙ୍ଗନାଙ୍କୁ ଏପରି ପୋଷାକ ପିନ୍ଧିବାକୁ ମଳିଥିଲା ଯାହା ପିନ୍ଧିବା ନପିନ୍ଧିବା ଏକାକଥା ଥିଲା । ସେଥିପାଇଁ ସେ ଏଡଲ୍ଟ ସିନେମାରୁ ଅଭିନୟ ଅରମ୍ଭ କରିବା ପାଇଁ ମନା କରି ଦେଇଥିଲେ । କିନ୍ତୁ ପରେ ଏଥିପାଇଁ ରାଜି ହୋଇଥିଲେ ।

ଏହା ସହ ଦେଖନ୍ତୁ ରିଲ୍ ଭିଲେନଙ୍କ ରିୟଲ୍ ଚେହେରା ! ପ୍ରେମିକଙ୍କ ଘରୁ ଶ୍ରଦ୍ଧାଙ୍କୁ ଟାଣି ଟାଣି ଆଣିଲେ ଶକ୍ତି କପୁର୍