ନିର୍ଦ୍ଧେଶିକା ସାଜିଲେ କଙ୍ଗନା ରଣାୱତ୍ ! ମଣିକର୍ଣ୍ଣିକା ସିନେମାରୁ ବାଦ୍ ପଡିଲେ ଅଭିନେତା ସୋନୁ ସୁଦ୍।

53

ଅଭିନୟ କରୁ କରୁ ଏବେ ନିର୍ଦ୍ଦେଶିକା ହୋଇଯାଇଛନ୍ତି ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ଚଳଚ୍ଚିତ୍ର ମଣିକର୍ଣ୍ଣିକା ପାଇଁ ଏବେ ନିର୍ଦ୍ଦେଶିକା ସାଜିଛନ୍ତି କଙ୍ଗନା । ଫିଲ୍ମର ସୁଟିଂ ପୂର୍ବରୁ ଶେଷ ହୋଇଥିବାବେଳେ, କିଛି କିଛି ଦୃଶ୍ୟକୁ ରିସୁଟ୍ କରିବା ପାଇଁ ନିଷ୍ପତି ନେଇଥିଲେ ଫିଲ୍ମର ମେକର୍ ଓ ରାଇଟର୍ । ହେଲେ ନିର୍ଦ୍ଦେଶକ କ୍ରିସଙ୍କ ପାଖରେ ସମୟ ଅଭାବରୁ ଏହି ଦାୟିତ୍ୱ ନେଲେ କଙ୍ଗନା । ରିସୁଟ୍ ହେବାକୁ ଥିବା କିଛି ଦୃଶ୍ୟକୁ କଙ୍ଗନା ନିଜେ ଡିରେକ୍ସନ୍ ଦେବା ପାଇଁ ଅଂଟା ଭିଡିଲେ । ସୁଟିଂ ସେଟରୁ ଲିକ୍ ହୋଇଥିବା କ୍ଲାପିଂ ବୋର୍ଡର ଏକ ଫଟୋରେ ଡିରେକ୍ଟର୍ ସ୍ଥାନରେ ଦେଖିବାକୁ ମିଳିଲା କଙ୍ଗନାଙ୍କ ନାମ । ଯାହା ପ୍ରମାଣ କଲା ନିର୍ଦ୍ଦେଶିକା ସାଜିଲେ କଙ୍ଗନା ।

ଅନ୍ୟପଟେ କଙ୍ଗନା ନିର୍ଦ୍ଦେଶିକା ହେବା ପରେ ଅଭିନେତା ସୋନୁ ସୁଦ୍ ଏହି ସିନେମାକୁ ହାତଛଡା କରିଥିବା ଶୁଣିବାକୁ ମିଳୁଛି । ଦୁହିଁଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିବା ମଧ୍ୟ ଶୁଣିବାକୁ ମିଳୁଛି । କଙ୍ଗନାଙ୍କ କହିବା କଥା, ସୋନୁ ‘ସିମ୍ବା’ର ସୁଟିଂକୁ ନେଇ ବ୍ୟସ୍ତ ରହୁଛନ୍ତି ଆଉ ମଣିକର୍ଣ୍ଣିକା ପାଇଁ ସମୟ ଦେଉ ନାହାଁନ୍ତି । ଆଉ ଫିଲ୍ମରେ ସ୍ଥାନ ପାଇବାକୁ ଥିବା ସୋନୁଙ୍କ ପ୍ରତ୍ୟେକ ଦୃଶ୍ୟକୁ ରିସୁଟ୍ କରାଯାଉଛି । କାରଣ ରାଇଟର୍ ସୋନୁଙ୍କ ପର୍ଫମାନ୍ସ ରେ ଖୁସି ନାହାଁନ୍ତି। ଆଉ ସୋନୁ ଉକ୍ତ ସିନ ଗୁଡିକର ପୁନଃ ସୁଟ୍ କରିବା ପାଇଁ ସମୟ ଦେଉ ନଥିବାରୁ ତାଙ୍କ ବଦଳରେ ନୂଆ ଅଭିନେତାଙ୍କୁ ନେବାକୁ ଚିନ୍ତା କରିଛନ୍ତି ମେକର୍ । ଏତେ ସବୁ ବିବାଦ ଭିତରେ ଏବେ ଦେଖିବାକୁ ବାକି ରହିଲା, କେବେ ଶେଷ ହେଉଛି ମଣିକର୍ଣ୍ଣିକାର ସୁଟିଂ ଆଉ କେବେ ଏହି ସିନେମାଟି ପରଦାକୁ ଆସୁଛି । ଏହି ଫିଲ୍ମରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ରାଣି ଲକ୍ଷ୍ମିବାଇ ଚରିତ୍ରରେ ଦେଖିବାକୁ ମିଳିବ ।