ରାଜନୀତି କରିବାକୁ ପ୍ରସ୍ତୁତ ହେଉଛନ୍ତି କଙ୍ଗନା !

48

ବଲିଉଡ କୁଇନ କଙ୍ଗନା ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ର ସୁଟି ଏବଂ ପୋଷ୍ଟ ପ୍ରଡ଼କ୍ଟସନ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ସୂତ୍ରରୁ ଜଣାପଡ଼ିଛି, ଏହା ଭିତରେ କଙ୍ଗନା ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଯାଇଛନ୍ତି । କଙ୍ଗନାଙ୍କ ବୁଝାମଣା ଏବଂ ଅଭିନୟ ପ୍ରତି ମୋଦି ମଧ୍ୟ ଆକୃଷ୍ଟ ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ କଙ୍ଗନା ତାଙ୍କ ରାଜ୍ୟ ହିମାଚଳ ପ୍ରଦେଶରୁ ବିଜେପି ଟିକେଟ ନେଇ ନିର୍ବାଚନ ଲଢ଼ିବେ ବୋଲି ସୂଚନା ରହିଛି ।

କଙ୍ଗନାଙ୍କୁ ଦୁଇ ବର୍ଷ ପୂର୍ବେ ସ୍ୱଚ୍ଛ ଭାରତ ଅଭିଯାନର ବିଜ୍ଞାପନରେ ଦେଖାଯାଇଥିଲା । ଏଥିରେ ସେ ମାତା ଲକ୍ଷ୍ମୀ ହୋଇ ସଫାସୁତୁରା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମୟରେ ପ୍ରଥମ ଥର ପାଇଁ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ହୋଇଥିଲା । କଙ୍ଗନା ତାଙ୍କ ନିଜ ରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ଟିକେଟ ନେଇ ନିର୍ବାଚନ ଲଢ଼ିବା ଯୋଜନା ରହିଛି। ଏଥିପାଇଁ ସେ ବର୍ତ୍ତମାନ ରାଜନୀତିର କଳା-କୌଶଳ ଶିଖିବା ଏବଂ ବୁଝିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏଣୁ କଙ୍ଗନା ବର୍ତ୍ତମାନ ବହୁତ ଭାବି ଚିନ୍ତି ଚଳଚ୍ଚିତ୍ର ଚୟନ କରୁଛନ୍ତି। ଏହା ଦ୍ୱାରା ଯେପରି ତାଙ୍କର ଛବି ସାଧାରଣ ଜନତାଙ୍କ ମଧ୍ୟରେ ଭଲ ଭାବେ ଚିତ୍ରଣ ହୋଇପାରିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କଙ୍ଗନାଙ୍କ ରାଜନୀତି କରିବା ବିଷୟରେ କିଛି ସଠିକ ଖବର ଆସିନାହିଁ ।