ପିଲାଜନ୍ମ ପାଇଁ ବବାହ କରିବା ଜରୁରୀ ନୁହେଁ ! କଙ୍ଗନା ରାଣାୱତଙ୍କ ବିବାଦୀୟ ବୟାନ୍

38

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କର ରୋକଠୋକ ବୟାନବାଜି ଯୋଗୁଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ପୁଣିଥରେ କଙ୍ଗନା ପିଲାଜନ୍ମକୁ ନେଇ ଏପରି କିଛି ସାହସିକ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି । କଙ୍ଗନା ଏକ ପ୍ରମୁଖ ଖବରକାଗଜକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି, ପିଲାଜନ୍ମ ସହିତ ବିବାହର କୌଣସି ସମ୍ବନ୍ଧ ନାହିଁ ବା ପିଲାଜନ୍ମ ପାଇଁ ବବାହ କରିବା ଜରୁରୀ ନୁହେଁ । ହେଲେ ବିବାହ ନକରି ଛୁଆ ଜନ୍ମ ନେଲେ,ଆମ ସମାଜ ତାକୁ ଅଲଗା ନଜରରେ ଦେଖେ ବୋଲି କହିଛନ୍ତି କଙ୍ଗନା  ।

ତେବେ ଚଳିତ ବର୍ଷ ମାର୍ଚ୍ଚରେ ୩୦ ବର୍ଷ ବୟସରେ ପାଦ ଦେବେ କଙ୍ଗନା  । ଏହି ବୟସରେ ତାଙ୍କର ପିଲାପିଲି ହୁଅନ୍ତୁ ବୋଲି ସେ ଚାହୁଁଛନ୍ତି । ତେଣୁ ସେ ଏବର୍ଷ ବିବାହ କରିପାରନ୍ତି, ଫଳରେ କୌଣସି ବି ସଂପର୍କକୁ ବହୁତ ଗମ୍ଭୀରତା ସହ ଗ୍ରହଣ କରିବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି କଙ୍ଗନା  ।