ଆହତ ହେଲେ କଂଗନା ରାଣାୱତ । ‘ମଣିକର୍ଣିକା’ର ଷ୍ଟଂଟ ସିନ ସୁଟିଂ ଚାଲିଥିବା ବେଳେ ପାଦରେ ଲାଗିଲା ଆଘାତ

31

ସୁଟିଂ ବେଳେ ଆହତ ହେଲେ ଅଭିନେତ୍ରୀ କଂଗନା ରାଣାୱତ । ରାଜସ୍ଥାନର ଜୋଧପୁରରେ ‘ମଣିକର୍ଣିକା’ ଫିଲ୍ମର ସୁଟିଂ ଚାଲିଥିବାବେଳେ କଂଗନାଙ୍କ ପାଦରେ ଆଘାତ ଲାଗିଛି । କଂଗନାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଫିଲ୍ମ ମଣିକର୍ଣିକା -ଦି କ୍ୱିନ ଅଫ ଝାଂସୀର ଏକ ଷ୍ଟଂଟ ସିନବେଳେ କଂଗନା ଆହତ ହୋଇଛନ୍ତି ।

୪୦ ଫୁଟ ଉଚ ଏକ କାନ୍ଥରୁ ଡେଇଁବାର ଷ୍ଟଂଟ ସିନ ଥିବାବେଳେ ଠିକ ଭାବେ ଏହା ହୋଇପାରିନଥିଲା । ଏହି ପିଲ୍ମରେ କଂଗନା ଝାନସୀ ରାଣି ଲକ୍ଷ୍ମୀବାଇଙ୍କ ଭୁମିକାରେ ଅଭିନୟ କରୁଛନ୍ତି । ତେବେ ଡାକ୍ତର ତାଙ୍କୁ ବର୍ତମାନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଏହି ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲରେ ରିଲିଜ ହେବାର ଯୋଜନା ରହିଛି ।