ବଲିଉଡ କୁଇନ କଙ୍ଗନାଙ୍କ ନାଇଟସୁଟକୁ ବିକ୍ରି କଲେ ବୁଲି ପାରିବେ ୟୁରୋପ !

62

ବଲିଉଡ କୁଇନ କଙ୍ଗନାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସମସ୍ତେ ପଡିଯାଇଛନ୍ତି କଙ୍ଗନାଙ୍କ ପଛରେ । ଏକ ଇଣ୍ଟରଭ୍ୟୁରେ କଙ୍ଗନା ନିଜର ବ୍ୟକ୍ତିଗତ ଜୀବନର କିଛି କଥା ଫ୍ୟାନଙ୍କ ସହ ସେୟାର କରିବା ପରେ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । କିନ୍ତୁ ଏବେ କଙ୍ଗନା ପିନ୍ଧିଥିବା ଡ୍ରେସ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବଲିଉଡର ଏହି ଫ୍ୟାସନ ପ୍ରିୟ ଅଭିନେତ୍ରୀ ଏକ ଇଭେଣ୍ଟରେ ପିନ୍ଧିଥିବା ନାଇଟସୁଟକୁ ନେଇ ଆଲୋଚନାର ପରିସରକୁ ଟାଣି ହୋଇ ଆସିଛନ୍ତି । ସେ ପିନ୍ଧିଥିବା ଡ୍ରେସର ମୂଲ୍ୟ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇ ବସିବେ ।

k ranawatକଙ୍ଗନା ଏବେ ନିଜ ଅପକମିଂ ଫିଲ୍ମର ପ୍ରମୋଶନକୁ ପୂରା ବ୍ୟସ୍ତ ରହୁଛନ୍ତି । ତେବେ ତାଙ୍କର ଅପକମିଂ ଫିଲ୍ମ ‘ସିମରନ’ର ଗୀତ ରିଲିଜର ଏକ ଇଭେଣ୍ଟରେ କଙ୍ଗନାଙ୍କୁ ଏକ ନାଇଟ ସୁଇଟରେ ଦେଖିବାକୁ ମିଳିଥିଲା । ଏହି ଇଭେଣ୍ଟରେ ଡ୍ୟାଣ୍ଡି କାର୍ଟୁନ ପ୍ରିଣ୍ଟର ଡ୍ରେସ ସହ ସୁନେଲୀ ରଙ୍ଗର ଜୋତା ପିନ୍ଧି ବେଶ ସୁନ୍ଦର ଦେଖାଯାଉଥିଲେ କଙ୍ଗନା । ତେବେ କଙ୍ଗନାଙ୍କ ଏହି ଆଉଟଫିଟର ମୂଲ୍ୟ ଯେତିକି ସେହି ପଇସାରେ ୟୁରୋପର ଯେ କୌଣସି ଦେଶ ବୁଲି ହେବ । ଅନଲାଇନରୁ କଙ୍ଗନା ଅର୍ଡର କରିଥିବା ଏହି ନାଇଟସୁଟର ମୋଟ ମୂଲ୍ୟ ୯୮ ହଜାର ଟଙ୍କା । ଏହି ନାଇଟସୁଟରେ ଥିବା ସାର୍ଟର ମୂଲ୍ୟ ପାଖାପାଖି ୪୭ ହଜାର ଟଙ୍କା ହୋଇଥିବା ବେଳେ ପାଇଜାମାର ମୂଲ୍ୟ ୫୧ ହଜାର ୫୦୦ ଟଙ୍କା ।

hrithikକେବଳ ଏତିକି ନୁହେଁ ଏହି ଇଭେଣ୍ଟକୁ କଙ୍ଗନା ପିନ୍ଧି ଆସିଥିବା ସୁନେଲି ରଙ୍ଗର ଜୋତାର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚଯ୍ୟ ହେବେ । ଷ୍ଟେଲା ମାର୍କେଟିନ ବ୍ରାଣ୍ଡର ଏହି ଜୋତାର ଦାମ ପାଖାପାଖି ୬୧ ହଜାର ଟଙ୍କା । କଙ୍ଗନା ସର୍ବଦା ଫ୍ୟାସେନବେଲ ରହିବାକୁ ପସନ୍ଦ କରିଥାନ୍ତି । ଏପରିକି ଯଦି ତାଙ୍କ ଡ୍ରେସ ସହ ମ୍ୟାଚ କଲା ଭଳି ଆଉଟଫିଟ ନଥାଏ ତେବେ ଅନେକ ସମୟରେ ସେ ପାର୍ଟି କିମ୍ବା ଇଭେଣ୍ଟ ଯିବାକୁ  ମଧ୍ୟ ମନା କରି ଦେଇଥାନ୍ତି ।

କିଛିଦିନ ପୂର୍ବେ କଙ୍ଗନା ରଣାୱତ ଏକ ଟିଭି ସାକ୍ଷାତକାରରେ ନିଜର ଓ ହ୍ରିତିକ୍ ରାଶନଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ଖୋଲିକରି କହିଥିଲେ । ସେ କହିଥିଲେ ହ୍ରିତିକଙ୍କ ସହ ତାଙ୍କର ସଂପର୍କ ଥିଲା ଏବଂ ସେ ହ୍ରିତିକଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । ହ୍ରିତିକ୍ ମଧ୍ୟ ନିଜର ପତ୍ନୀ ସୁଜୈନ ଖାନଙ୍କ ସହ ଛାତ୍ରପତ୍ର ପରେ ବିବାହ ପାଇଁ କଥା ଦେଇଥିଲେ । କିନ୍ତୁ ଛାଡପତ୍ର ପରେ ହ୍ରିତିକ୍ ରୋଶନ କଙ୍ଗନାଙ୍କୁ ଚିହ୍ନିନାହାଁନ୍ତି ବୋଲି କହିଥିଲେ । ଆଉ ଏହାପରେ କଙ୍ଗନାଙ୍କ ଠାରୁ ଦୂରେଇ ଯାଇଥିଲେ ।

hrithik 2ଏହି ଇଣ୍ଟରଭ୍ୟୁରେ କଙ୍ଗନା ହ୍ରିତିକଙ୍କ ସହ ଥିବା ସମ୍ପର୍କକୁ ସ୍ୱୀକାର କରିଥଲେ । ଏପରିକି ଅନେକ ବ୍ୟକ୍ତିଗତ କଥା ମଧ୍ୟ କହିଥିଲେ । ଆଉ ଏହାକୁ ନେଇ ପ୍ରଶଂସକଙ୍କ ମହଲରେ ଜୋରଦାର ଚର୍ଚ୍ଚା ହୋଇଥିଲେ । ତେବେ କଙ୍ଗନାଙ୍କ ଏଭଳି ମନ୍ତବ୍ୟର କଡା ଜବାବ ଦେଇଛନ୍ତି ସୁଜୈନ ଖାନ । ସୁଜୈନ ଟୁଇଟ ଜରିଆରେ ସ୍ୱାମୀଙ୍କ ସପୋର୍ଟ ନେଇଛନ୍ତି ଏବଂ ହ୍ରିତିକଙ୍କ ଉପରେ ତାଙ୍କର ପୂରା ବିଶ୍ୱାସ ରହିଛି ଏବଂ ଆଗକୁ ରହିବ ବୋଲି ସୁଜୈନ ନିଜର ଟୁଇଟର ପେଜରେ ଉଲ୍ଲେଖ କରିଛନ୍ତି । ଖାଲି ସେତିକି ନୁହେଁ, ଏଥିସହିତ ନିଜର ଏବଂ ହ୍ରିତିକଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ସୁଜୈନ । ଆଉ ଲେଖିଛନ୍ତି କି, ‘କୌଣସି ପ୍ରକାରର ଅଭିଯୋଗ କିମ୍ବା ଷଡ଼ଯନ୍ତ୍ରର ଏତେ ଶକ୍ତି ନାହିଁ କି ସେ ଜଣେ ଭଲ ଆତ୍ମା ଉପରେ ବିଜୟ କରିପାରିବ’ ।୨୦୧୪ରେ ହ୍ରିତିକ ଏବଂ ସୁଜୈନ ମଧ୍ୟରେ ବିଚ୍ଛେଦ ହୋଇଥିଲା । ଏହାସତ୍ୱେ ବି ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ନଜର ଆସିଥାନ୍ତି ।

ତେବେ କଙ୍ଗନାଙ୍କ ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର । ସେ କହିଛନ୍ତି ଯେ, କଙ୍ଗନା ଯାହା କରୁଛନ୍ତି ତାହା କେବଳ ତାଙ୍କର ଆଗାମୀ ସିନେମା ‘ସିମରନ୍’ର ପ୍ରମୋସନ୍ ପାଇଁ ହିଁ କରୁଛନ୍ତି। ଏଥିସହିତ କଙ୍ଗନା ସର୍କସ କରୁଛନ୍ତି ବୋଲି ସୋନା ନିଜର ପ୍ରତିକ୍ରିୟାରେ କହିଛନ୍ତି ।

sonaଖାଲି ସେତିକି ନୁହେଁ ସୋନା ମହାପାତ୍ର, କଙ୍ଗନାଙ୍କ ଉଦ୍ଦେଶ୍ୟରେ ଏକ ଲମ୍ବା ଲାଇନର ଲେଖା ମଧ୍ୟ ନିଜ ଫେସବୁକ୍ ପେଜରେ ପୋଷ୍ଟ କରିଛନ୍ତି । ଏଥିରେ ସୋନା ଲେଖିଛନ୍ତି ଯେ, ‘ଆପଣଙ୍କର ମୁଁ ଜଣେ ବଡ ଫ୍ୟାନ । ପୂର୍ବରୁ ବି ମୁଁ ଆପଣଙ୍କର ବିଭିନ୍ନ ପ୍ରସଙ୍ଗରେ ଆପଣଙ୍କୁ ସମର୍ଥନ କରିଛି, ହେଲେ ବର୍ତ୍ତମାନ ଆପଣ ନିଜର ବ୍ୟକ୍ତିଗତ ସମସ୍ୟା ତଥା କଥା ଏବଂ ଆପଣଙ୍କ ଲଭ ଲାଇଫ୍ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା କରୁଛନ୍ତି ତାହା ଠିକ୍ ହେଉନାହିଁ’ । ସୋନା ଏଭଳି ଲେଖିବା ସହ କଙ୍ଗନାଙ୍କୁ ସକରାତ୍ମକ ଚିନ୍ତାଧାରା ଆଣିବାକୁ ପରାମର୍ଶ ଦେଇଛନ୍ତି ।