ମିଳିବ କି ନୂଆ ଜୀବନ ? ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ

31

କନକ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା–ବଳିଆ । ଏମ୍ସରେ ସର୍ଜରୀ ପାଇଁ ସେମାନଙ୍କୁ ନିଆଯାଇଛି । ସୋମବାରରୁ ୭ରୁ ୧୦ ଜଣିଆ ଦଳ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବେ । ଅନୁଧ୍ୟାନ ପରେ ଅପେରସନ କରାଯିବ କି ନାହିଁ ତାହା ଜଣାପଡିବ ବୋଲି ନିରୋଲୋଜି ବିଭାଗ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ।

ଗତକାଲି ଭୁବନେଶ୍ୱର ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାଇଥିଲେ ଜଗା-ବଳିଆ । ଜଗା-ବଳିଆଙ୍କ ସହ ସେମାନଙ୍କ ବାପା,ମାଆ ଓ ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସହକାରୀ ମ୍ୟାନେଜର ଦିଲ୍ଲୀ ଯାଇଛନ୍ତି । ତେବେ ଏମାନଙ୍କ ଚିକିତ୍ସା ଲାଗି ପ୍ରଶାସନ ପକ୍ଷରୁ ଲକ୍ଷେ ଟଙ୍କା ଏବଂ ଜିଲ୍ଳା ରୋଗୀ କଲ୍ୟାଣ ସମିତି ପକ୍ଷରୁ ୨୫ ହଜାର ଟଙ୍କା ଯୋଗାଇଦିଆଯାଇଛି ।