କନ୍ଧମାଳ ଶଙ୍କରାଖୋଲରେ ମଦ ବିରୋଧି ମହିଳା ମେଳି

15

କନ୍ଧମାଳ : କନ୍ଧମାଳ ଶଙ୍କରାଖୋଲରେ ମଦ ବିରୋଧରେ ମହିଳାଙ୍କ ମେଳି । ଶୋଭାଯାତ୍ରା ଓ ସଭା କରି ମଦର ଭୟାବହତା ବିରୋଧରେ ସଚେତନତା ସୃଷ୍ଟି କରିଛି ମହିଳା ମହାସଂଘ । ତେବେ ଏହି ଅବସରରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡିତା । ମଦ ଫଳରେ ଉଜୁଡି ଯାଉଛି ଘର, ସଂସାର । ଆଉ ଏଥିପାଇଁ ଦାୟୀ ସରକାରୀ ଯୋଜନା ।  ଘରର ପୁରୁଷ କାମ ନକରି ମଦ ପିଉଛନ୍ତି । ଘରେ ଝଗଡା କରୁଛନ୍ତି । ଯେତେ ରୋଜଗାର କଲେ ବି ସବୁ ମଦ ପିଇବାରେ ଉଡାଇ ଦେଉଛନ୍ତି । ତେଣୁ କନ୍ଧମାଳରେ ଉଭୟ ଦେଶୀ, ବିଦେଶୀ ମଦ ସଂପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଛି ଶଙ୍କରାଖୋଲ ମହିଳା ମହାସଂଘ । ପ୍ରଶାସନକୁ ଚେତାବନୀ  ଦେଇଛି । ଶୀଘ୍ର ପଦକ୍ଷେପ ନନେଲେ ଭଙ୍ଗାଯିବ ମଦଭାଟି । ଅନେକ ସମୟରେ ଅନେକ ସ୍ଥାନରେ ମଦ ବିରୋଧୀ ଆନ୍ଦୋଳନମାନ ହେଉଛି । ହେଲେ ପ୍ରଥମ କରି ସରକାରୀ ଯୋଜନା ଫଳରେ ଲୋକେ ମଦ ପ୍ରତି ଆକୃଷ୍ଟ ହେଉଥିବା ଭଳି ସଂଗୀନ ଅଭିଯୋଗ ଆସିଛି । ଶଙ୍କରାଖୋଲରେ ମହିଳା ମହାସଂଘର ଏହି ଅଭିଯୋଗ ରାଜଧାନୀର ଏସି ରୁମରେ ବସି ପ୍ରସ୍ତୁତ ହେଉଥିବା ଯୋଜନା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।