କନ୍ଧମାଳର ଗୁଳିକାଣ୍ଡରେ ଖାକିର ଖୋକା ଥିଓରୀ : ଜବତ ହେଲା ସୁରକ୍ଷାକର୍ମୀଙ୍କ ଏ.କେ ଫୋର୍ଟିସେଭେନ୍ ରାଇଫଲ୍

36

କନ୍ଧମାଳ : ସିଜ୍ ହେଲା ସୁରକ୍ଷାକର୍ମୀଙ୍କ ବନ୍ଧୁକ । ୧୫ ଜବାନଙ୍କ ଠାରୁ ଜବତ ହେଲା ୧୫ଟି ଏ.କେ ଫୋର୍ଟିସେଭେନ୍ । ଗୁଳି ଜବତ ହୋଇଛି ଏସଓଜି ଜବାନଙ୍କ ଠାରୁ । ଷ୍ଟେଟ୍ ଫୋରେନ୍ସିକ ଲ୍ୟାବକୁ ପଠାଇବା ପୂର୍ବରୁ ଏସଆଇଟିର ସଦସ୍ୟ ଏହି ବନ୍ଧୁକ ଓ ଗୁଳିକୁ କୋର୍ଟରେ ଦାଖଲ କରିଛନ୍ତି । ଏହାସହ ଗୁମୁଡୁମାହା ଗୁଳିକାଣ୍ଡକୁ ଅତି ନିକଟରୁ ଦେଖିଥିବା ଦୁଇ ବ୍ୟକ୍ତିଙ୍କୁ କୋର୍ଟରେ ହାଜର କରାଯାଇଛି । ତେବେ କନ୍ଧମାଳ ଗୁଳିକାଣ୍ଡ ଏକପାଖିଆ ନା ଗୁମୁଡୁମାହାରେ ଚାଲିଥିଲା ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଭିତରେ ଗୁଳି ବିନିମୟ । ଏ ପ୍ରଶ୍ନର ଉତ୍ତର ଖୋଜୁଥିବା ଏସଆଇଟି ବାହାର କରିଛି ନୂଆ ଥିଓରୀ । ପ୍ରାଥମିକ ତଦନ୍ତ ପରେ ଟିମର ସଦସ୍ୟ କହିଛନ୍ତି ଗୁମୁଡୁମାହାରୁ ଜବତ ଖୋକା ଏ.କେ ଫୋର୍ଟି ସେଭେନ୍ , ଇନସାସ୍ ଓ ଥ୍ରୀ ନଟ୍ ଥ୍ରୀର ରାଇଫଲର । ଯାହା ସ୍ପଷ୍ଟ କରୁଛି ,ସେଦିନ ରାତିରେ କେବଳ ଚାଲି ନଥିଲା ସୁରକ୍ଷାକର୍ମୀଙ୍କ ବନ୍ଧୁକ। ଫୁଟି ନଥିଲା କେବଳ ଏ.କେ ଫୋର୍ଟି ସେଭେନ୍ ରାଇଫଲ ।

ତେବେ ଇନସାସ୍ ଓ ଥ୍ରୀ ନଟ୍ ଥ୍ରୀର ଖୋକା ଆସିଲା କୁଆଡୁ । ସେଦିନ ରାତିରେ ସତରେ କଣ ଚାଲିଥିଲା କି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ? ସେଦିନ ସେହି ଚକ୍ରବ୍ୟୁହରେ ଫସି ଯାଇଥିଲେ କି ନୀରିହ ଆଦିବାସୀ ?

ପୁଲିସ କରୁଛି ପୁଲିସ ବିରୋଧରେ ତଦନ୍ତ । ତେଣୁ ନିରପେକ୍ଷ ତଦନ୍ତ ନେଇ ପ୍ରଥମରୁ ସୃଷ୍ଟି ହୋଇଥିଲା ଆଶଙ୍କା। ଏପଟେ ସରକାର ଗଠନ କଲେ ଟିମ୍ । ସେପଟେ ନିଜ ସାଥୀ ପୁଲିସଙ୍କୁ ବଂଚାଇବାକୁ ପୁଲିସ କଲେ ସାମ୍ବାଦିକ ସମ୍ମିଳନୀ । କାରଣ ଘଟଣା ପରଠୁ କ୍ରସ୍ ଫାୟାର ଥିଓରୀକୁ ପ୍ରମାଣିତ କରିବାକୁ ପୁଲିସ୍ ପ୍ରାଣପ୍ରଣେ ଉଦ୍ୟମ କରି ଆସୁଛି । ଆଉ ଏବେ ଘଟଣାସ୍ଥଳରୁ ଖୋକା ଗୋଟାଇ ପରୋକ୍ଷ ଭାବେ ପୁଲିସ କହୁଛି ସେଠି ଚାଲିଥିଲା ଗୁଳି ବିନିମୟ । ଯାହା ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ରହସ୍ୟ ଭିତରକୁ ଟାଣି ନେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –